ଦୁଇ ପ୍ରସିଦ୍ଧ ଔପନ୍ୟାସିକ ଶୁଣାଇଲେ ‘ଲୈଲା’ ଓ ‘ଯଶୋଦା’ର କାହାଣୀ

Advertisment

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିନ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିନ

ଦୁଇ ପ୍ରସିଦ୍ଧ ଔପନ୍ୟାସିକ ଶୁଣାଇଲେ ‘ଲୈଲା’ ଓ ‘ଯଶୋଦା’ର କାହାଣୀ

ମାଳବିକା ବାନାର୍ଜୀଙ୍କ ପରିଚାଳନାରେ ଅନୁଷ୍ଠିତ ଅଧିବେଶନରେ ଦେଶର ଦୁଇ ଜଣ ପ୍ରସିଦ୍ଧ ଔପନ୍ୟାସିକ କିରଣ ନାଗରକର ଏବଂ ପ୍ରୟାଗ ଅଖତର ଯୋଗଦେଇଥିଲେ। ଡ. ନାଗରକର ନିଜର ଉପନ୍ୟାସ ‘ଯଶୋଦା’ ସମ୍ପର୍କରେ କହିଥିଲେ ଯେ ଏଥିରେ କୌଣସି ପୌରାଣିକ କିମ୍ବା ଐତିହାସିକ ଚରିତ୍ରକୁ ଚିତ୍ରଣ କରାଯାଇ ନାହିଁ। ‘ଯଶୋଦା’ର ଚରିତ୍ର ଭାରତର ଯେକୌଣସି ଗାଁର ଜଣେ ମହିଳା ସହ ସମାନ, ଯେଉଁଠିି ନିଜ ପରିବାରର ଭବିଷ୍ୟତ ପାଇଁ ଜଣେ ଚାଷୀ ଆତ୍ମହତ୍ୟା କରିଥାଏ। କାଳ୍ପନିକ ହେଲେ ମଧ୍ୟ ଏହି ଔପନ୍ୟାସ ଅତି କ୍ରୂର ଓ ନିଷ୍ଠୁର ସମାଜର ଚିତ୍ରଣ ହୋଇଛି। ଶ୍ରୀ ଆଖତର ନଜର ପ୍ରଥମ ଉପନ୍ୟାସ ‘ଲୈଲା’ ସମ୍ପର୍କରେ କହିଥିଲେ ଯେ ଆଗାମୀ ଭବିଷ୍ୟତରେ ଭାରତରେ ଏଭଳି ଏକ ସହରର ଚିତ୍ରଣ କରାଯାଇଛି, ଯେଉଁଠାରେ ସବୁ ସମ୍ପ୍ରଦାୟର ଲୋକେ ରହିବେ। ଏହା ମୁମ୍ବାଇ ଓ ଦିଲ୍ଲୀର ମଧ୍ୟ ସ୍ଥଳରେ ଅବସ୍ଥିତ ହେବ। ୧୬ ବର୍ଷ ତଳେ ନିଜ ଝିଅକୁ ହରାଇଥିବା ଜଣେ ମା’ ସେହି ସହରକୁ ନିଜ ଝିଅ ଲୈଲାକୁ କିଭଳି ଖୋଜିବାକୁ ଆସୁଛି ତାହାକୁ ଏଥିରେ ଚିତ୍ରଣ କରାଯାଇଛି।ଏହି ଅଧିବେଶନ ପୂର୍ବରୁ ସତ୍ୟଜିତ୍‌ ରାୟଙ୍କ କାହାଣୀ ଏବଂ ସୁଜୟ ଘୋଷଙ୍କ ଦ୍ୱାରା ନିର୍ଦେଶିତ ଚଳଚ୍ଚିତ୍ର ‘ଅନୁକୂଳ’ ଏବଂ ନିରଜ ଘାଓ୍ଵାନଙ୍କ କ୍ଷୁଦ୍ର ସିନେମା ‘ଜୁସି’ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe