୨ ଜଣଙ୍କୁ ଗିରଫ କରି ପରେ ଛାଡ଼ିଲା

Advertisment

ଟ୍ୟାକ୍ସ କନ୍‌ସଲଟାନ୍ସି ଅଫିସରେ ଚଢ଼ଉ କରି ହରଡ଼ଘଣାରେ ଜିଏସ୍‌ଟି ଟିମ୍‌

ଟ୍ୟାକ୍ସ କନ୍‌ସଲଟାନ୍ସି ଅଫିସରେ ଚଢ଼ଉ କରି ହରଡ଼ଘଣାରେ ଜିଏସ୍‌ଟି ଟିମ୍‌

ବେଆଇନ୍‌ ଗୋରୁଗାଡ଼ି ଜବତ

ରାଉରକେଲା: ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ଅଭିଯୋଗରେ ରାଉରକେଲା ସହରର ଏକ ଜଣାଶୁଣା ଟ୍ୟାକ୍ସ କନ୍‌ସଲଟାନ୍ସି ଅଫିସରେ ସେକ୍ଟର-୫ ସ୍ଥିତ କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ କାଲି ରାତି ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ କମିସନର୍‌ଙ୍କ ବିନାନୁମତିରେ ଚଢ଼ାଉ କରାଯିବା ପଦ୍ଧତିର ଉଲ୍ଲଂଘନ ବୋଲି ଦର୍ଶାଇ ପାନପୋଷ ଏସ୍‌ଡ଼ିଜେଏମ୍‌ ମାମଲାକୁ ଗ୍ରହଣ ନକରିବାରୁ ଜିଏସ୍‌ଟି ଟିମ୍‌ ହରଡ଼ଘଣାରେ ପଡ଼ି ଶେଷରେ ଉଭୟଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ସୂଚନା ଅନୁସାରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ଅଫିସରମାନେ ଗତ ରାତି ରାଉରକେଲାର ଜଣାଶୁଣା ଟିକସ କନ୍‌ ସଲ୍‌ଟାନ୍ସି ଅଫିସରରେ ଚଢ଼ାଉ କରି ରାତି ପ୍ରାୟ ୧୦ଟା ବେଳେ ଏହାର ମାଲିକ ଆଡ଼ଭୋକେଟ୍‌ ବୀରେନ୍ଦ୍ର ପ୍ରସାଦ ଓ ତାଙ୍କ ସମ୍ପର୍କୀୟ ସୁଧୀର ଝାଙ୍କୁ ସାଥିରେ ନେଇ ଆସିଥିଲେ। ଆଜି ଉଭୟଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ଚଢ଼ାଉକାରୀ ଟିମ୍‌ ବିଧିବଦ୍ଧ ପଦ୍ଧତି ଅନୁସରଣ କରିନଥିବା ଦର୍ଶାଇ ବିଚାରପତି ମାମଲାକୁ ଗ୍ରହଣ କରିନଥିଲେ। ଏହା ପରେ ଜିଏସ୍‌ଟି ଟିମ୍‌ ଉଭୟଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍‌ (ଏଡ଼ିଜେ)ଙ୍କ ଆବାସିକ କୋର୍ଟରେ ହାଜର କରାଇଥିଲେ। ଯେହେତୁ ଏସ୍‌ଡିଜେଏମ୍‌ ମାମଲାକୁ ବିଧିବଦ୍ଧ ଅଗ୍ରାହ୍ୟ କରିନାହାନ୍ତି, ତେଣୁ ସେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଶୁଣାଇଥିଲେ। ଏଡିଜେଙ୍କ ଆବାସିକ କୋର୍ଟରୁ ଉଭୟ ବାହାରୁଥିବା ବେଳେ ସୁଧୀର ତଳେ ପଡ଼ିଯାଇଥିଲେ। ଅସୁସ୍ଥ ସୁଧୀରଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଅଭିଯୁକ୍ତଙ୍କୁ ୨୪ ଘଣ୍ଟାରୁ ଅଧିକ କାଳ ଅଟକ ରଖିବା ନିୟମ ନଥିବାରୁ ଚଢ଼ାଉକାରୀ ଟିମ୍‌ ସେମାନଙ୍କୁ ରାତି ପ୍ରାୟ ସାଢ଼େ ୧୦ଟାରେ ଖଲାସ କରିବାକୁ ବାଧ୍ୟ ହୋଇଥିଲେ ବୋଲି ତାଙ୍କ ଓକିଲ ରମେଶ ଚନ୍ଦ୍ର ବଳ କହିଛନ୍ତି। ଉଳ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୭ରେ ରାଉରକେଲା କେନ୍ଦ୍ରୀୟ ଜିଏସ୍‌ଟି କମିସନରେଟ୍‌ର ଅଫିସରମାନେ ବିଭିନ୍ନ ବ୍ୟାବସାୟକ ପ୍ରତିଷ୍ଠାନର ଟିକସ ଫାଙ୍କି ଧରି ୮ କୋଟି ୫୦ ଲକ୍ଷ ଟଙ୍କା ଅସୁଲ କରିଥିଲେ। ଏହାଛଡ଼ା ରିଟର୍ଣ୍ଣ ଦାଖଲ କରିନଥିବା ଅନ୍ୟ ୩ଟି ସଂସ୍ଥାରୁ ଆଉ ୩ କୋଟି ଟଙ୍କା ଜରିମାନା ଅସୁଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe