ବିଜ୍ଞପ୍ତି ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ: ଏପ୍ରିଲ ଓ ମେ’ ପାଇଁ ସମସ୍ତ ବସ୍‌ ଉପରୁ ଟିକସ ଛାଡ଼

Advertisment
କଟକଣା ଆଉ ଟିକେ କୋହଳ, ସାରା ରାଜ୍ୟରେ ବସ୍ ଚାଲିବ

ଭୁବନେଶ୍ବର : କୋଭିଡ-୧୯ ଦ୍ବିତୀୟ ଲହରୀ ପାଇଁ ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ ରହିଛି। ଏହାସହିତ ଲକ୍‌ଡାଉନ୍‌ ଓ ସପ୍ତାହନ୍ତ ସଟ୍‌ଡାଉନ୍‌ ପାଇଁ ରାଜ୍ୟ ଭିତରେ ବି ପରିବହନ ପାଇଁ ବସ୍‌ସେବାକୁ ବନ୍ଦ ରଖାଯାଇଛି। ଏ ନେଇ ବସଗୁଡ଼ିକ ଉପରୁ ଟିକସ ଛାଡ଼ କରିବା ପାଇଁ ବସ୍ ମାଲିକମାନେ ସରକାରଙ୍କୁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ୨୦୨୧ ଏପ୍ରିଲ ଓ ମେ ମାସ ପାଇଁ ସମସ୍ତ ବସ୍‌ ଉପରୁ ଟିକସ ଛାଡ଼ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହାସହିତ ଏହି ଦୁଇ ମାସ ପାଇଁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷାନୁଷ୍ଠାନର ବସ୍‌ଗୁଡ଼ିକ ଉପରୁ ମଧ୍ୟ ଟିକସ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe