ଜୀବନରୁ ମାରି ଦେବାକୁ ଉଦ୍ୟମ ଘଟଣା ମାମଲାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା

Advertisment
ଜୀବନରୁ ମାରି ଦେବାକୁ ଉଦ୍ୟମ ଘଟଣା ମାମଲାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା

Times of India

ଭଦ୍ରକ: ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିବା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ଚରମ୍ପା ଝାଟିଆ ଗ୍ରାମର ଅରକ୍ଷିତ ଦାସଙ୍କ ୨ ପୁଅ ରାମହରି ଦାସ ଓ ରମେଶ ଦାସଙ୍କୁ ୩୨୩ ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ପୁଣି ୧ ମାସ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଭଦ୍ରକ ସହର ଚରମ୍ପା ଝାଟିଆ ଗ୍ରାମର ରବୀନ୍ଦ୍ର ଦାସ ନିଜର ଚିକେନ ସେଣ୍ଟରରେ ଚିକେନ ବିକୁଥିବା ବେଳେ ତାଙ୍କର ପଡ଼ୋଶୀ ଅରକ୍ଷିତ ଦାସ, ତାଙ୍କ ପତ୍ନୀ ଜେମାମଣି ଦାସ ଓ ଦୁଇ ପୁଅ ରାମହରି ଓ ରମେଶ ତାଙ୍କୁ ମାରଣାସ୍ତ୍ର ସହାୟତାରେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ସେ ପ୍ରଥମେ ଭଦ୍ରକ ଓ ପରେ କଟକ ଯାଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ମଂଜୁଲତାଙ୍କ ଅଭିଯୋଗ କ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଥାନା କେସ ନଂ-୬୫୩/୧୪ ଦଫା- ୨୯୪,୩୨୩,୩୦୭ ରେ ଏକ ମାମଲା ହୋଇ ଚାର୍ଜସିଟ ଦାଖଲ ହେବା ପରେ ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାର ହୋଇ ପ୍ରଥମେ ପତ୍ନୀ ମଂଜୁଲତା ଦାସ ଓ ତାଙ୍କ ସ୍ବାମୀ ଅରକ୍ଷିତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମାତ୍ର ତାଙ୍କ ଦୁଇ ପୁଅ ରମେଶ ଓ ରାମହରି ବିଚାର ସମୟରେ ଉପସ୍ଥିତ ନ ହେବାରୁ ସେମାନଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇ ଥିଲା। ସେହି ୱାରେଣ୍ଟ ବଳରେ ଦୁଇଭାଇ ଗିରଫ ହୋଇ ବିଚାର ସରି ଆଜି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe