ବୁଧବାର ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌, ଜନଗହଳିଠାରୁ ଦୂରରେ ରୁହନ୍ତୁ: ଏସ୍‌ଆର୍‌ସି

Advertisment

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ସପ୍ତାହର ୫ ଦିନ ୬ଟାରୁ ୧୨ଟା ଖୋଲାରହିବ ବଜାର

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ସପ୍ତାହର ୫ ଦିନ ୬ଟାରୁ ୧୨ଟା ଖୋଲାରହିବ ବଜାର

ବର୍ଷା ପ୍ରଭାବିତ ଅଞ୍ଚଳରେ ରନ୍ଧା, ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ଯୋଗାଇ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ

ODISHA RAY

ଭୁବନେଶ୍ବର : ଆସନ୍ତା ବୁଧବାରଠାରୁ ସାରା ରାଜ୍ୟରେ ୧୯ ତାରିଖ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ସୋମବାର ହାଟ ବଜାରରରେ ଅହେତୁକ ଜନଗହଳି ଦେଖି ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ ଜନସାଧାରଣଙ୍କୁ ନିବେଦନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ତଥା ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା।

ଶ୍ରୀ ଜେନା କହିଛନ୍ତି, କୋଭିଡ୍ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସରକାର ଆସନ୍ତା ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସପ୍ତାହର ୫ ଦିନ ଅର୍ଥାତ୍‌ ସୋମବାରଠାରୁ ଶୁକ୍ରବାର ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ବଜାର ଖୋଲା ରହିବ। ଏଥିରେ ଜନସାଧାରଣ ବିବ୍ରତ ହେବାର ନାହିଁ। ମାଛ, ମାଂସ, ତେଜରାତି ଦୋକାନ, କ୍ଷୀର ସବୁକିଛି ବଜାରରେ ଏହି ସମୟରେ ଉପଲବ୍ଧ ରହିବ। ଜନସାଧାରଣ ଅଯଥା ଗହଳି ନ କରି ଭିଡ଼ ନଥିବା ଦୋକାନରୁ କିଣିବାକୁ ଉଦ୍ୟମ କରନ୍ତୁ। କାରଣ ଭିଡ଼ ଭିତରେ କେହି ଯଦି କରୋନା ସଂକ୍ରମିତି ହୁଅନ୍ତି, ତା’ହେଲେ ସେହି ବ୍ୟକ୍ତି ନିଜ ପାଇଁ ବିପଦ ଆଣିବା ସହିତ ତାଙ୍କ ପରିବାରର ସଦସ୍ୟଙ୍କ ପ୍ରତି ବିପଦ ଆମନ୍ତ୍ରଣ କରିବେ। ଯେତେଦୂର ସମ୍ଭବ ଭିଡ଼ଠାରୁ ଦୂରରେ ରହିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ଏହାସହିତ ସପ୍ତାହାନ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରହିବ। ପ୍ରତି ସପ୍ତାହର ଶୁକ୍ରବାର ସନ୍ଧ୍ୟାରୁ ସଟ୍‌ଡାଉନ୍‌ ପରବର୍ତ୍ତୀ ସପ୍ତାହ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଅବଧି ଜାରି ରହିବ। ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ ଅଛି। କୌଣସି ଆତଙ୍କିତ ହେବାର ନାହିଁ। ଯଦି ଲକ୍‌ଡାଉନ୍‌ରେ କୌଣସି ବ୍ୟକ୍ତି କୋଭିଡ ଟିକା କିମ୍ବା କୋଭିଡ ପରୀକ୍ଷା କରିବାକୁ ଯାଉଛନ୍ତି, ତା’ହେଲେ କୋଭିଡ ନିୟମାନୁଯାୟୀ ମୁହଁରେ ମାସ୍କ ନିଶ୍ଚିତ ପିନ୍ଧିବେ। ଏହାସହିତ ସାବୁନ୍‌ରେ ବାରମ୍ବାର ହାତ ଧୋଇବେ। ଏପରି କଲେ କରୋନା ସଂକ୍ରମଣଠାରୁ ନିଜକୁ ଦୂରରେ ରଖିପାରିବେ। ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଯଦି କେହି ବ୍ୟକ୍ତି ଲକ୍‌ଡାଉନ୍‌ ସମୟରେ ରେଳ ଷ୍ଟେସନ୍‌ କିମ୍ବା ଏୟାରପୋର୍ଟ ଯିବେ ତା’ହେଲେ କୋଭିଡ ନିୟମ ଅନୁପାଳନ ପୂର୍ବକ ମାସ୍କ୍‌ ଓ ଗାଡ଼ିରେ ଦୂରତା ରକ୍ଷା କରି ଯିବେ। ଏହା ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଜେନା ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe