ରାଜ୍ୟରେ ୨୦୨୫ ସୁଦ୍ଧା ଯକ୍ଷ୍ମାରୋଗକୁ ନିର୍ମୂଳ କରାଯିବା ଲକ୍ଷ୍ୟ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Advertisment

ଯକ୍ଷ୍ମା ରୋଗୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି

ଯକ୍ଷ୍ମା ରୋଗୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି

ଗଞ୍ଜାମରେ ଯକ୍ଷ୍ମା ନେଉଛି ବର୍ଷକୁ ୨୫୦ ଜୀବନ; ବଢୁଛି ପଜିଟିଭ୍‌ ସଂଖ୍ୟା, ଏଚ୍‌ଆଇଭି ସଂକ୍ରମିତଙ୍କୁ ବିପଦ ଅଧିକ

Representational image

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ବିଶ୍ୱବ୍ୟାପୀ ଟିବି ଡେ ପାଳିତ ହେଉଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଯକ୍ଷ୍ମା ଦିବସର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ହୋଇଯାଇଛିା

ସୂଚନା ମୁତାବକ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାରୋଗ ନିର୍ମୂଳ ଲକ୍ଷ୍ୟନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛିା ଏଥି ପାଇଁ ରାଜ୍ୟରୁ ଅଧୀକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛିା ରାଜ୍ୟରେ ୩୦ଟି ଜିଲ୍ଲାରେ ଏଥି ନିମନ୍ତେ "ଟିବି ଫୋରମ୍' ଗଠନ
କରାଯାଇଛିା ୨୦୧୬ ମସିହାରେ ରାଜ୍ୟରେ ମୋଟ ୫୧.୪୩୪ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମୁଦାୟ ସଫଳତା ହାର ଥିଲା ୭୧.୪%। ସେହିପରି ୨୦୨୧ ମସିହାରେ ମୋଟ ୫୨.୩୪୬ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର ୮୮.୫% ଅଟୋ

ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏନ୍ଟିଇପି ଅଧୀନରେ ଚିହ୍ନଟ ଓ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ "ସିଧାସଳଖ ପ୍ରାପ୍ୟ ହସ୍ତାନ୍ତରଣ' ପ୍ରକ୍ରିୟା ଅଧୀନରେ "ନିକ୍ଷୟ ପୋଷଣ ଯୋଜନା'ରେ ବିଭିନ୍ନ ପ୍ରକାର ଆଥିର୍କ ପ୍ରୋତ୍ସାହନ ଦିଆଯାଉଛିା ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଏା ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫୦୦ ଟଙ୍କା ଦିଆଯାଏା

ଚଳିତ ବର୍ଷ ଯକ୍ଷ୍ମା ଦିବସର ସ୍ଳୋଗାନ ରହିଛି "ଇନ୍ଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍ ଲାଇଭସ୍'। ଏହି ଅବସରରେ ଜେନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ(ଟିବି) ଡା. ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ, ଯୁଗ୍ମ ନିର୍ଦ୍ଦେଶକ(ଟିବି) ଅର୍ଘ୍ୟ ପ୍ରଧାନ ଓ ବିଭାଗର ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe