ରାଜ୍ୟରେ ଯକ୍ଷ୍ମାର ସ୍କ୍ରିନିଂ ହାର ଜାତୀୟ ହାରଠାରୁ ଅଧିକ

Advertisment
ରାଜ୍ୟରେ ଯକ୍ଷ୍ମାର ସ୍କ୍ରିନିଂ ହାର ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ଯକ୍ଷ୍ମାର ସ୍କ୍ରିନିଂ ହାର ଜାତୀୟ ହାରଠାରୁ ଅଧିକ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ଗତକାଲି ବିଶ୍ୱ ଯକ୍ଷ୍ମା ଦିବସର ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇ ଶ୍ରୀ ଜେନା କହିଲେ ଯେ ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାରେ ପାଞ୍ଚଶହ ଲୋକଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ରହିଛି ୬୨୮। ସେହିପରି ଜାତୀୟସ୍ତରରେ ଯକ୍ଷ୍ମା ନିରାକରଣର ହାର ୮୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୯୦ ପ୍ରତିଶତ ରହିଛି। ମଲ୍‌ଟି ଡ୍ରଗ ରେଜିଷ୍ଟାଣ୍ଟ ବା ଏମଡିଆର୍‌ରେ ଜାତୀୟ ହାର ୩ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୧.୨ ପ୍ରତିଶତ ରହଛି। ଯକ୍ଷ୍ମାର ନିୟନ୍ତ୍ରଣ ଦିଗରେ ଓଡ଼ିଶା ଜାତୀୟସ୍ତରଠାରୁ ଆଗରେ ରହିଛି। ତେବେ ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe