ଗରମ ପାଣି ମାଡ଼ରେ ଚା’ ଦୋକାନୀ ଗୁରୁତର

Advertisment
ଗରମ ପାଣି ମାଡ଼ରେ ଚା’ ଦୋକାନୀ ଗୁରୁତର

OdishaTV

ଯାଜପୁର : ବଡ଼ଚଣା ବ୍ଲକ୍ ବାଲିପଡ଼ିଆ ଗ୍ରାମପଞ୍ଚାୟତରେ ଅମାନବୀୟ ଘଟଣା ଘଟିଛି। ଚା’ ଦୋକାନୀ ଜୟପ୍ରକାଶ ସାହୁଙ୍କ ଉପରକୁ ଜଣେ ଲୋକ ଫୁଟନ୍ତା ଗରମ ପାଣି ପକାଇବାରୁ ସେ ଗୁରୁତର ହୋଇଛନ୍ତି। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଦୋକାନୀ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ଆଜି ସକାଳେ ବାଲିପଡ଼ିଆ ଗାଁରେ ଥିବା ଜୟପ୍ରକାଶଙ୍କ ଚା’ ଦୋକାନକୁ ସେହି ଗ୍ରାମର କାଳନ୍ଦୀ ମଳିକ ଯାଇ ଚା’ ମାଗିଥିଲେ। ଚା’ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ କାଳନ୍ଦୀ ଉତ୍‌କ୍ଷିପ୍ତ ହୋଇ ଦୋକାନୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଚା’ ପାଇଁ ନିଆଁରେ ବସିଥିବା ଫୁଟୁଥିବା ପାଣି ତାଙ୍କ ଉପରକୁ ପକାଇଦେଇଥିଲା। ଫଳରେ ଦୋକାନୀଙ୍କ ଡାହାଣ ଗୋଡ ପୋଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe