ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀଙ୍କ କୃତିତ୍ୱ : ଅପପୁଷ୍ଟିର ମୁକାବିଲା କରିବ କାଞ୍ଜି

Advertisment
ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷୟିତ୍ରୀଙ୍କ କୃତିତ୍ୱ : ଅପପୁଷ୍ଟିର ମୁକାବିଲା କରିବ କାଞ୍ଜି

ଭୁବନେଶ୍ବର : ସହର ଏବଂ ଗାଁରେ ଅପପୁଷ୍ଟିର ମୁକାବିଲା ପାଇଁ କାଞ୍ଜିକୁ ସମାଧାନର ରାସ୍ତା ବତାଇ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନୂଆପଲ୍ଲୀ ବାସିନ୍ଦା ତଥା କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଶିକ୍ଷୟିତ୍ରୀ ସୁନୀତା ପଟ୍ଟନାୟକ। ପୁରସ୍କାର ବାବଦରେ ତାଙ୍କୁ ୨୫ହଜାର ଟଙ୍କା ଦିଆଯାଇଛି।

ସେ କହିଛନ୍ତି, ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ କମ୍ପାନି ପକ୍ଷରୁ ‘ମେରି ପୌଷ୍ଟିକ ରଷୋଇ-୨୦୨୦’ର ଅନଲାଇନ୍‌ ପ୍ରତିଯୋଗିତା ହୋଇଥିଲା। ଶୀର୍ଷକ ଥିଲା, ପାରମ୍ପରିକ ଏବଂ ସାଧାରଣ ପରିବାରରେ ଉପଲବ୍ଧ ଖାଦ୍ୟ ଜରିଆରେ କିଭଳି ଅପପୁଷ୍ଟିର ମୁକାବିଲା ହୋଇପାରିବ। ଏଥିରେ ସୁନୀତା ଦର୍ଶାଇଥିଲେ, ପଖାଳରୁ ତିଆରି କାଞ୍ଜି ଉଭୟ ପିଲା ଏବଂ ଗର୍ଭବତୀ ମହିଳାଙ୍କ ଅପପୁଷ୍ଟି ମୁକାବିଲା କରିପାରିବ। ବାସି ପଖାଳକୁ ଚକଟି ଲୁଣ, ହଳଦୀ ମିଶାଇ ଉଷୁମ କରି ଗାଜର, ଛୁଇଁ ଭଳି ପରିବା ମିଶାଇ କାଞ୍ଜି ପ୍ରସ୍ତୁତ କରାଯାଇପାରିବ। ଏହା ପୁଷ୍ଟିକର ଓ ପେଟକୁ ମଧ୍ୟ ଥଣ୍ଡା ରଖେ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତାରେ ୧୧୪ ସହର, ୨୩ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗୀଙ୍କ ଖାଦ୍ୟ ନମୁନା ସଂଗ୍ରହ ପରେ ସୁନୀତାଙ୍କ ଖାଦ୍ୟ ନମୁନାକୁ ଯୋଗ୍ୟ ବିବେଚିତ କରାଯାଇଥିଲା। ୨ ବର୍ଷ ପରେ ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା ହୋଇଥିବା ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe