କାଚ ବୋତଲ ଭାଂଗି ପେଟରେ ଭୁସିବା ଘଟଣାରେ ଶିକ୍ଷକ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ବରପାଲି: ବରଗଡ଼ ଜିଲ୍ଲା ବରପାଲିର ଜନୈକ ଯୁବକଙ୍କ ପେଟରେ କାଚ ବୋତଲ ଭାଙ୍ଗି ଭୁସିବା ଅଭିଯୋଗ ପୁଲିସ୍‌ ସ୍ଥାନୀୟ ୱାର୍ଡ ନମ୍ୱର ୧ ନିବାସୀ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଗତ ୧ ତାରିଖ ଦିନ ବରପାଲି ପଶୁ ଡାକ୍ତରଖାନା ସମ୍ମୁଖରେ ୧୧ ନମ୍ୱର ୱାର୍ଡର ଅବକାଶ ଦାଶଙ୍କୁ ଶିକ୍ଷକ ଶ୍ରୀ ପ୍ରଧାନ ଏକ ଭଙ୍ଗା କାଚ ବୋତଲରେ ଦୁଇଥର ପେଟକୁ ଭୁସିବା ଉଦ୍ୟମ କରିଥିଲା। ପ୍ରଥମ ଥର ଆକ୍ରମଣ କଲା ବେଳେ ଅବିକାଶଙ୍କ ହାତରେ ବାଜିଥିଲା ଓ ଦ୍ବିତୀୟ ଥର ବୋତଲ ତାଙ୍କ ପେଟରେ ଭୁସି ହୋଇଯାଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଘଟଣା ପରେ ଶିକ୍ଷକ ଶ୍ରୀ ପଧାନ ଫେରାର ରହିଥିଲା । ଏନେଇ ବରପାଲି ଥାନାରେ ଅବକାଶ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଶିକ୍ଷକ ଶ୍ରୀ ପ୍ରଧାନ ବିରୋଧରେ ୨୯୪, ୫୦୬, ୩୦୭ ଦଫାରେ ଏକ ମାମଲା ରୁଜୁ କରିଥିଲା। ଆଜି ଅଭିଯୁକ୍ତ ଶିକ୍ଷକ ଧର୍ମେନ୍ଦ୍ରକୁ ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe