ଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ: ଖଣ୍ଡାରେ ଗୋଡ଼, ହାତ ହାଣିଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡ଼ାର ଗାଁ ପାଖରେ ଜଣେ ଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣକ ସତ୍ୟନାରାୟଣ ପଟେଲ ଓ ତାଙ୍କ ଘର ସହର ନିକଟସ୍ଥ ଶିକାବହଙ୍ଗା ଗାଁରେ।

6fc76e4f-5706-4cc3-9f2f-56de6feb4241

ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡ଼ାର ଗାଁ ପାଖରେ ଜଣେ ଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଶିକ୍ଷକ ଜଣକ ସତ୍ୟନାରାୟଣ ପଟେଲ ଓ ତାଙ୍କ ଘର ସହର ନିକଟସ୍ଥ ଶିକାବହଙ୍ଗା ଗାଁରେ। ସେ ବୁରୋମୁଣ୍ଡା ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ।

ଶୁକ୍ରବାର ସ୍କୁଲ୍‌ ଛୁଟି ପରେ ଶ୍ରୀ ପଟେଲ ବାଇକ୍‌ରେ ଘରକୁ ଫେରୁଥିଲେ। ତଲିଉଡ଼ାର ପାଖରେ ୪ଜଣ ଅଚିହ୍ନା ଯୁବକ ତାଙ୍କ ରାସ୍ତା ଓଗାଳିଥିଲେ। ତାଙ୍କୁ ଖଣ୍ଡା ଏବଂ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଦୁଇ ହାତ ଏବଂ ଗୋଟିଏ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସଦର ପୁଲିସ ଏକ ମାମଲା ରୁଜୁକରି ଛାନ୍‌ଭିନ୍‌ ଜାରି ରଖିଛି। ତେବେ ତାଙ୍କୁ କେଉଁ କାରଣରୁ କିଏ ଆକ୍ରମଣ କଲା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe