କେନ୍ଦ୍ରାପଡ଼ା ଆଶ୍ରମ ସ୍କୁଲରେ ନିର୍ଯାତନା : ନାବାଳକକୁ ୨୫୦ ଥର ଉଠବସ୍‌, ମାଡ଼!

Advertisment
କେନ୍ଦ୍ରାପଡ଼ା ଆଶ୍ରମ ସ୍କୁଲରେ ନିର୍ଯାତନା : ନାବାଳକକୁ ୨୫୦ ଥର ଉଠବସ୍‌, ମାଡ଼!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ୮ ବର୍ଷର ଶିଶୁକୁ ମାଡ଼ ଦିଆଯିବା ସହ ୨୫୦ ଥର ଉଠ୍‌ବସ୍‌ ଦଣ୍ତ ଦିଆଯାଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରୁଆ ନିକଟରେ ଥିବା ‘ପଲ୍ଲିଶ୍ରୀ’ ସେବାଶ୍ରମ ସ୍କୁଲରେ। କୌଣସି ମତେ ନାବାଳକଟି ଆଶ୍ରମ ସ୍କୁଲରୁ ଖସି ଆସିଥିବା ବେଳେ ନୂଆବସ୍‌ଷ୍ଟାଣ୍ତରୁ ତାକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଶିଶୁକୁ ଟାଉନ୍‌ ଥାନାକୁ ହସ୍ତାନ୍ତର କଲା ପରେ ପୁଲିସ୍‌ ତାକୁ ଏକ ସୁଧାର ଗୃହ ‘ରେସ୍‌ଵା’ରେ ରଖିଛି। ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧୢକ୍ଷା ସ୍ମିତା˚ଜଳି ମହାପାତ୍ର ଶିଶୁକୁ ନିର୍ଯାତନା ସମ୍ପର୍କରେ ପଚରାଉଚୁରା କରିଛନ୍ତି।

ନିର୍ଯାତିତ ଶିଶୁର ଘର ରାଜନଗର ବ୍ଲକ୍‌ ଦାନଦିଆ ଗାଁରେ। ଅଭିଯୋଗ ଅନୁଯାୟୀ ପ୍ରାୟ ଦେଢ଼ ମାସ ହେଲା ସେ ପଲ୍ଲିଶ୍ରୀକୁ ଆସିବା ପରେ ମାଡ଼ ମରାଯାଇଥିଲା। ଅନ୍ୟପକ୍ଷରେ ଆଶ୍ରମ ସ୍କୁଲର ମୁଖ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି ଯେ, ଏସବୁ ଅଭିଯୋଗ ମିଛ। ଆଶ୍ରମସ୍କୁଲର କୌଣସି କର୍ମଚାରୀ ନାବାଳକକୁ ମାଡ଼ ମାରି ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe