ଶାରୀରିକ ପୀଡ଼ା ସହିନପାରି ଶିକ୍ଷକଙ୍କ ଆତ୍ମହତ୍ୟା

Advertisment
ବିଫଳତାକୁ ଗ୍ରହଣ କରିପାରୁ ନାହାନ୍ତି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

english.aarthiknews.com

ପାଇକମାଳ :ବରଗଡ଼ ଜିଲ୍ଲା ପାଇକମାଳ ଥାନା ଜାମସେଠ ଗ୍ରାମର ଶିକ୍ଷକ ସୁନ୍ଦରମଣୀ ହଂସ (୫୦) ଆତ୍ମହତ୍ୟା କରିଛନ୍ତି। ଭେରୁଆମୁଣ୍ଡା ରାସ୍ତାର ଏକ ପିଜୁଳି ଗଛରୁ ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ସେ ବହୁଦିନ ଏପେଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଶାରୀରିକ ପୀଡ଼ା ସହ୍ୟ କରିପାରୁନଥିଲେ । ବହୁ ଚିକିତ୍ସା ପରେ ସୁସ୍ଥ ନହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କହାଯାଉଛି। ପାଇକମାଳ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସ୍ବର୍ଗତ ହଂସ ଜାମସେଠ ପଞ୍ଚାୟତ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ତାଙ୍କ ପରିବାରରେ ପତ୍ନୀ ସହ ଦୁଇ ପୁଅ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ଜଣେ ମେଳାପୀ , ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ସେ କ୍ଳବର ଜଣେ ସକ୍ରିୟ ସଭ୍ୟ ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଜାମସେଠ ପଞ୍ଚାୟତ ହାଇସ୍କୁଲ ନିରବ ପ୍ରାର୍ଥନା କରି ଛୁଟି ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe