ବାଇକ୍‌କୁ ଧକ୍କା ଦେଲା କାର୍‌, ଶିକ୍ଷକ ମୃତ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗା ଚକାଡ଼ଙ୍ଗର ନିକଟ ୩୫୩ ନମ୍ବର ଜାତୀୟ ରାଜପଥରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ଗଡ୍ରାମୁଣ୍ଡା ଗ୍ରାମର ନିର୍ମଳ ଦଳପତି (୪୨)। ସେ ବଡ଼ମହେଶ୍ୱର ଗ୍ରାମର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସେ ସ୍କୁଲ୍‌କୁ ଯାଉଥିବା ବେଳେ ନୂଆପଡା ପଟୁ ଆସୁଥିବା ଏକ କାର୍‌ (ଓଡ଼ି-୨୬ସି-୯୫୫୯) ତାଙ୍କ ବାଇକ୍‌କୁ ଧକା ଦେଇଥିଲା। ସେ ବାଇକ୍‌ରୁ ଛିଟିକି ପଡ଼ିବାରୁ କାର୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଘଟଣାସ୍ଥଳରେ ହିଁ ନିର୍ମଳଙ୍କ ମୃତ୍ୟୁ ହୋଇଯାଇଥିଲା। ଖଡ଼ିଆଳ ପୁଲିସ ପହଞ୍ଚି ତାଙ୍କୁ ଖଡ଼ିଆଳ ଉଅପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କର ଦୁଇଟି ନାବାଳକ ପୁଅ ନିର୍ଭୟ ଦଳପତି (୭) ଓ ନିର୍ଣ୍ଣୟ ଦଳପତି (୩) ଅଛନ୍ତି ଏବଂ ପତ୍ନୀ ହେମପ୍ରଭା ଦଳପତି ଅଛନ୍ତି। ସ୍ତ୍ରୀ ହେମପ୍ରଭାଙ୍କୁ ସରକାରୀ ଚାକିରି ଦେବାକୁ ଦାବି ହୋଇଛି। ଖଡ଼ିଆଳ ପୁଲିସ କାର୍‌କୁ ଜବତ କରି ନଂ. ୧୧୬/୨୨ରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe