ବିଦ୍ୟାଳୟରୁ ଫେରିବା ବାଟରେ ହୃଦ୍‌ଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

Advertisment
ବିଦ୍ୟାଳୟରୁ ଫେରିବା ବାଟରେ ହୃଦ୍‌ଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଖଲ୍ଲିକୋଟ : ବିଦ୍ୟାଳୟରୁ ଘରକୁ ଫେରିବା ବାଟରେ ହିଁ ହୃଦ୍‌ଘାତ ହେଲା। ଶିକ୍ଷକ ବିପ୍ରଚରଣ ବେହେରା(୪୫)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ତଳରାମପାଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିବା ଗଞ୍ଜାମର ବିପ୍ରଚରଣ ଆଜି ବିଦ୍ୟାଳୟ କାମ ଶେଷ କରି ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ।

ମାତ୍ର ବାଟରେ ବାରସର ଗ୍ରାମ ନିକଟରେ ବାଇକ୍ ଅଟକାଇ ଓହ୍ଲାଉଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ କୋଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ସ୍ବର୍ଗତ ବିପ୍ରଚରଣ ଉକ୍ତ ବିଦ୍ୟାଳୟରେ ଗତ ୧୯ ବର୍ଷ ହେଲା ଚାକିରି କରି ଆସୁଥିଲେ। ତାଙ୍କ ବିୟୋଗରେ ଖଲ୍ଲିକୋଟ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର ଘଷି ଓ ସମ୍ପାଦକ ମଧୁ ଚରଣ ସେଠୀଙ୍କ ସମେତ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe