ଛାତ୍ରୀମାନଙ୍କ ପ୍ରତି ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଥାନାରେ ଅଟକ

Advertisment
ଛାତ୍ରୀମାନଙ୍କ ପ୍ରତି ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଥାନାରେ ଅଟକ

ରାୟଗଡ଼ା: ରାୟଗଡ଼ା ସ୍ଥିତ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ଏହି ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ନାୟକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ବିଦ୍ୟାଳୟରେ ପଶି ପାଟିତୁଣ୍ଡ କରିଥିଲେ। ସେମାନେ କଳଙ୍କିତ ଗୁରୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଶିକ୍ଷକ ଶ୍ରୀ ନାୟକ ଭୁଲ ମାଗିଥିଲେ।

ଅଭିଯୋଗ ଅନୁଯାୟୀ, ଶିକ୍ଷକ ଶ୍ରୀ ନାୟକ ବିଦ୍ୟାଳୟରେ ଖାଇବା ସମୟରେ କେହି ନଥିବା ବେଳେ ଛାତ୍ରୀମାନଙ୍କୁ ଶିକ୍ଷକ ଗୋଟିଏ ରୁମକୁ ନେଇ ଅନୈତିକ କାର୍ଯ୍ୟ କରୁଥିଲେ। ଏ ସମ୍ପର୍କରେ ଘରେ ଅଭିଭାବକମାନଙ୍କୁ କହିଲେ ଟିସି ଦିଆଯିବ ବୋଲି ଧମକାଉଥିଲେ। ଏନେଇ ଥାନାରେ ଏତଲା ଦେବାପାଇଁ ଅଭିଭାବକମାନେ ଯାଇଥିବା ଜଣାପଡ଼ିଛି। ପ୍ରଥମେ ଶିକ୍ଷକ ଏଭଳି କାମ କରିନଥିବା କହିଥିଲେ। ହେଲେ ଛାତ୍ରୀମାନେ ତାଙ୍କ ସାମ୍ନାରେ ଅଭିଯୋଗ କରିବା ପରେ ଶିକ୍ଷକ ନିରଞ୍ଜନ ନାୟକ ଭୁଲ ମାଗିଥିଲେ। ଏନେଇ ଅଭିଭାବକମାନେ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଅଭିଯୁକ୍ତ ଶିକ୍ଷକ ନିରଞ୍ଜନ ନାୟକଙ୍କୁ ଥାନାକୁ ଆଣି ଅଟକ ରଖିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe