ସାପଧରା ନିଶା ନେଲା ଶିକ୍ଷକଙ୍କ ଜୀବନ

Advertisment
ସାପଧରା ନିଶା ନେଲା ଶିକ୍ଷକଙ୍କ ଜୀବନ

ବୁଗୁଡ଼ା : ଶିକ୍ଷକତା ପେଶା ଓ ସାପଧରା ଥିଲା ନିଶା। ଚାକିରିରୁ ଅବସର ନେବା ପରେ ସାପଙ୍କୁ ଧରିବା କାମରେ ସେ ସଂପୂର୍ଣ୍ଣ ଭାବେ ନିଜକୁ ନିୟୋଜିତ କରିଥିଲେ। ହେଲେ ଏହି ନିଶା ତାଙ୍କ ପାଇଁ ଦିନେ କାଳ ପାଲଟିଯିବ ଏହା ସେ କେବେବି କଳ୍ପନା କରି ନଥିଲେ। ଆଉ ସାପ ଚୋଟରେ ହିଁ ତାଙ୍କ ଜୀବନ ଚାଲିଗଲା। ଗଂଜାମ ଜିଲ୍ଲା ବୁଗୁଡ଼ାରେ ଏଭଳି ଏକ ଘଟଣା ଘଟିଛି। ବହୁବର୍ଷ ଧରି ସାପଧରା କାମରେ ନିଜକୁ ନିମଗ୍ନ ରଖିଥିବା ଗୋଲାବଞ୍ଜ ଅଞ୍ଚଳର ମୂଳବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ରାଧାମୋହନ ପଣ୍ଡା (୭୦) ଆଜି ସାପକାମୁଡ଼ାରେ ପ୍ରାଣ ହରାଇଛନ୍ତି।

ଆଜି ରାଧାମୋହନ ଧରିଥିବା ଏକ ନାଗ ସାପକୁ ବୁଗୁଡ଼ାସ୍ଥିତ ତାଙ୍କ ଭାଇ ନାରାୟଣ ଗନ୍ତାୟତଙ୍କ ଘର ସାମ୍ନାରେ ଖେଳାଉଥିବା ବେଳେ ହଠାତ୍‌ ସେ ରାଧାମୋହନଙ୍କ କାଣି ଅଙ୍ଗୁଳିକୁ ଏକ ଚୋଟ ମାରିଥିଲା। ଏହା ପରେ ସେ ସାପକୁ ପେଟିରେ ରଖି ଅରଖଫୁଲ ଏବଂ କ୍ଷୀର ଆଣି ଆଘାତ ହୋଇଥିବା ସ୍ଥାନରେ ଲଗାଇ ଚୌକିରେ ବସି ପଡ଼ିଥିଲେ। କିଛି ସମୟ ପରେ ବସିଥିବା ଅବସ୍ଥାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ନୀତି ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe