ଭୁବନେଶ୍ୱର : ଅଗଷ୍ଟ ୭ରେ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷାରେ କିଛିଟା ପରିବର୍ତନ କରାଯାଇଛି। ଅଗଷ୍ଟ ୭ରେ ହେବାକୁ ଥିବା ପରୀକ୍ଷା ୧୬ ତାରିଖରେ ଅନୁଷ୍ଠିତ ହେବ। ଅଗଷ୍ଟ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ଲାଇନ୍ ପରୀକ୍ଷାରେ ଆଉ କୌଣସି ପରିବର୍ତନ କରାଯାଇ ନାହିିଁ। ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ପ୍ରବେଶିକା ପରୀକ୍ଷା ହେବାକୁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us