Teacher falls while paying floral tributes Photograph: (sambad.in)
ତେଲକୋଇ: ଗଣେଶ ପୂଜାରେ ଅଘଟଣ ଘଟିଛି। ଗଜାନନଙ୍କୁ ପୁଷ୍ପାଞ୍ଜଳି ଦେବା ବେଳେ ଶିକ୍ଷକ ଟଳି ପଡ଼ିଛନ୍ତି। ତେଲକୋଇ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତ ଶିକ୍ଷକ ଜଣକ ହେଲେ ଚନ୍ଦନ କୁମାର ଜେନା। ସେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସଲେଇକେନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଅନ୍ତୋରେଇ ଗ୍ରାମରେ।
ବୁଧବାର ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ଧୂମଧାମରେ ସ୍କୁଲରେ ପାଳନ ହେଉଥିଲା,ମୃତ ଶିକ୍ଷକ ଚନ୍ଦନ ପୂଜାରେ କର୍ତ୍ତା ଭାବେ ବସିଥିଲେଥି। ତେବେ ପୂର୍ବାହ୍ନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦେବା ସମୟରେ ସେ ଟଳି ପଡ଼ିଥିଲେ।
ଅନ୍ୟ ସହଯୋଗୀମାନେ ତାକୁ ଧରି ପକାଇବା ସହିତ ସଙ୍ଗେ ସଙ୍ଗେ ତେଲକୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ବିବାହିତ ଓ ତାଙ୍କର ଜଣେ ୩ ବର୍ଷର ଶିଶୁକନ୍ୟା ଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
Keonjhar
Follow Us