ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଶିକ୍ଷକଙ୍କୁ ୩ ବର୍ଷ ଜେଲ୍‌

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭବାନୀପାଟଣା: ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ୩ ବର୍ଷ କାରାଦଣ୍ଡ ଓ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ୨୦୧୯ରେ ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ନେଇ ଛାତ୍ରୀଙ୍କ ବାପା କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ବିଚାରପତି ପୋକସୋ ଶୁଭଞ୍ଜନ ମହାନ୍ତି ଅଭିଯୁକ୍ତ ପ୍ରଧାନଶିକ୍ଷକ ସର୍ବେଶ୍ୱର ମିଶ୍ର(୬୩)ଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୪୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଜରିମାନା ଅନାଦେୟ ହେଲେ ଆହୁରି ଦୁଇ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ପିପି ରୋହିତ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe