ଶ୍ରେଣୀଗୃହ ମଧ୍ୟରେ ଫାଶୀ ଦେଇ ଶିକ୍ଷକଙ୍କ ଆତ୍ମହତ୍ୟା

ଶ୍ରେଣୀଗୃହ ମଧ୍ୟରେ ଫାଶୀ ଦେଇ ଶିକ୍ଷକଙ୍କ ଆତ୍ମହତ୍ୟା

ଚାରିଛକ (ନିମାପଡ଼ା): ଆଜି ସକାଳେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଅଞ୍ଚଳର ଚାରିଛକସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟା କରିଥିବା ଶିକ୍ଷକଜଣକ ହେଉଛନ୍ତି ସ୍ଥାନୀୟ ଜାଗେଶ୍ୱର ଗ୍ରାମର ୪୫ ବର୍ଷୀୟ ଆର୍ତ୍ତତ୍ରାଣ ସ୍ୱାଇଁ। ସେ ଧୀରପୁରସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।

publive-image

ଆଜି ସକାଳ ୯: ୩୦ ପରେ ସ୍କୁଲ୍‌ର ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ପହଞ୍ଚି ଶ୍ରେଣୀଗୃହରେ ଆର୍ତ୍ତତ୍ରାଣଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଖଣ୍ଡେ ବିଜୁଳି ତାର ଯୋଗେ ସେ ଶ୍ରେଣୀଗୃହରେ ଲାଗିଥିବା ଫ୍ୟାନ୍‌ରେ ଫାଶୀ ଦେଇଥିବା ଦେଖାଯାଇଥିଲା।

publive-image

ଖବର ପାଇ ନିମାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ଆର୍ତ୍ତତ୍ରାଣଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ସବୁଦିନ ପରି ଆଜି ସକାଳେ ମଧ୍ୟ ଆର୍ତ୍ତତ୍ରାଣ ପିଲାମାନଙ୍କୁ ଟିଉସନ୍‌ ଦେବାକୁ ସ୍କୁଲ୍‌କୁ ଆସିଥିଲେ।

ବ୍ୟବଚ୍ଛେଦ ଲାଗି ତାଙ୍କ ଶବ ଚାରିଛକ ଡାକ୍ତରଖାନାକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe