ଲୁହା ପାଇପ୍‌ରେ ବାଡ଼େଇ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ: ସ୍କୁଲ୍ ଫାଟକରେ ତାଲା ପକାଇ ଅଭିଭାବକଙ୍କ ଆନ୍ଦୋଳନ

Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଅକଥନୀୟ ଦଣ୍ଡ। ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଲୁହା ପାଇପ୍‌ରେ ବାଡ଼େଇ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି।

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଅକଥନୀୟ ଦଣ୍ଡ। ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଲୁହା ପାଇପ୍‌ରେ ବାଡ଼େଇ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି।

asaszxx

ଢେଙ୍କାନାଳ/ ଓଡ଼ାପଡ଼ା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଅକଥନୀୟ ଦଣ୍ଡ। ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଲୁହା ପାଇପ୍‌ରେ ବାଡ଼େଇ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। 

ଅଭିଯୋଗ ଅନୁଯାୟୀ, ସିମିନଇ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗତକାଲି ବିଦ୍ୟାଳୟରେ ଦୁଷ୍ଟାମି କରୁଥିବା ଦେଖି ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ କାଣ୍ଡି ପ୍ରବଳ ରାଗି ଯାଇଥିଲେ। ଛାତ୍ରକୁ ଡାକି ବୁଝାସୁଝା କରିବା ପରିବର୍ତ୍ତେ ଲୁହା ପାଇପ୍‌ରେ ମୁଣ୍ଡକୁ ପିଟିଥିଲେ। ଖବର ପାଇ ପରିବାର ଲୋକ ପହଞ୍ଚି ଆହତ ଛାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଛାତ୍ରଙ୍କ ମୁଣ୍ଡରେ ୫ରୁ ଅଧିକ ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି।

ସ୍କୁଲ୍ ଫାଟକରେ ତାଲା ପକାଇ ଅଭିଭାବକଙ୍କ ଆନ୍ଦୋଳନ
ଶିକ୍ଷୟିତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଶିକ୍ଷା ଅଧିକାରୀ

ଆଜି ସ୍ଥାନୀୟ ସରପଞ୍ଚଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଖବରପାଇ ସଦର ଥାନା ପୁଲିସ, ଓଡ଼ାପଡ଼ା ବ୍ଲକ୍ ଏବିଇଓ ସିଦ୍ଧ ସ୍ୱାଇଁ ପହଞ୍ଚି ବୁଝାସୁଝା କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀଜଣକ ୧୬ ବର୍ଷ ହେଲା ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ବଦଳି ନିର୍ଦ୍ଦେଶ ଆସିଲେ ଚାପ ପ୍ରୟୋଗ କରି ବାତିଲ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କୁ ଏଠାରୁ ବଦଳି କରାଯିବା ଲାଗି ଗ୍ରାମବାସୀ ଅଡ଼ି ବସିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି କହିଛନ୍ତି ଯେ ସେ ଅଭିଯୋଗ ପାଇଛନ୍ତି ଓ ଖରାଛୁଟି ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe