ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା, ସ୍କୁଲରେ ତାଲା ପକାଇ ଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

Advertisment
ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା, ସ୍କୁଲରେ ତାଲା ପକାଇ ଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ଜଣେ ଷଷ୍ଠଶ୍ରେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

publive-image

ସୂଚନାଯୋଗ୍ୟ, ସବୁଦିନ ପରି ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ ଆଜି ଦିନ ୧୦ଟା ବେଳେ ଆସି ପହଞ୍ଚିଥିଲେ। ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ପ୍ରଶାନ୍ତ ଭୁଜବଳ ଆଜି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଏକାକୀ ପାଇ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଏହାପରେ ଛାତ୍ରୀ ଜଣକ ତାଙ୍କ ଅଭିଭାବକଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ।

publive-image

ଫଳରେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ଏଥିସହ ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ। କେବଳ ଏତିକି ନୁହେଁ, ସେ ଯେଉଁ କାର ଚଢ଼ି ସ୍କୁଲ ଆସିଥିଲେ ସେହି କାରକୁ ଓଲଟାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଭଙ୍ଗାରୁଜା ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe