ଯାଜପୁର ଜିଲ୍ଲାର ମିର୍ଜାପୁରର ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ ହତ୍ୟା ଘଟଣା: ସ୍ୱାମୀ ନିତ୍ୟାନନ୍ଦ ମଲ୍ଲିକଙ୍କର ମୃତ୍ୟୁ

ଯାଜପୁର ଜିଲ୍ଲାର ମିର୍ଜାପୁରର ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ ହତ୍ୟା ଘଟଣା: ସ୍ୱାମୀ ନିତ୍ୟାନନ୍ଦ ମଲ୍ଲିକଙ୍କର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର ମିର୍ଜାପୁରର ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ ହତ୍ୟା ଘଟଣାରେ ଗୁରୁତର ହୋଇଥିବା ତାଙ୍କ ସ୍ୱାମୀ ନିତ୍ୟାନନ୍ଦ ମଲ୍ଲିକଙ୍କର ପରଲୋକ ଘଟିଛି। ଗତକାଲି ରାତି ପ୍ରାୟ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏଏମସରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନାର ମିର୍ଜାପୁର ପଞ୍ଚାୟତ ସାରଙ୍ଗତୀରଣ ଗ୍ରାମରେ ଗତ ୫ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଥିବା ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

publive-image
ମୃତା ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ(୩୮) ସ୍ବାମୀ ନିତ୍ୟାନନ୍ଦ ମଲିକ(୪୩)ଓ ଝିଅ ଶୁଭଶ୍ରୀ ମଲିକ (୧୩) ଖାଇ ପିଇ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ କେହି ଦୁର୍ବୃତ୍ତ ଉକ୍ତ ପରିବାର ଉପରେ ଆକ୍ରମଣ କରିଛନ୍ତି। ପରଦିନୁ ସକାଳୁ ସ୍ଥାନୀୟ ଲୋକ ଶିକ୍ଷୟତ୍ରୀଙ୍କୁ ପଦାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଓ ଝିଅ ମଧ୍ୟ ଆହତ ହୋଇ ପଡ଼ିଥିଲେ।
ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଶାଳା ମେଡିକାଲକୁ ପଠାଯାଇଥିବା ବେଳେ ଧର୍ମଶାଳା ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏଘଟଣାର ଅଭିଯୁକ୍ତ ସାଲେପୁର ଗ୍ରାମର ସୁନିଲ ଜେନାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe