ଯାଜପୁରର ଧର୍ମଶାଳାରେ ବୀଭତ୍ସ ହତ୍ୟା: ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର

Advertisment
ଯାଜପୁରର ଧର୍ମଶାଳାରେ ବୀଭତ୍ସ ହତ୍ୟା: ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟତ୍ରୀ ମୃତ,  ସ୍ବାମୀ ଓ ଝିଅ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ଥାନାର ମିର୍ଜାପୁର ପଞ୍ଚାୟତ ସାରଙ୍ଗତୀରଣ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ  ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ହୋଇଥିବା ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ମୃତା ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ(୩୮) ସ୍ବାମୀ ନିତ୍ୟାନନ୍ଦ ମଲିକ(୪୩)ଓ ଝିଅ ଶୁଭଶ୍ରୀ ମଲିକ (୧୩) ଖାଇ ପିଇ ଶୋଇଥିଲେ।  ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ କେହି ଦୁର୍ବୃତ୍ତ ଉକ୍ତ ପରିବାର ଉପରେ ଆକ୍ରମଣ କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକ ଶିକ୍ଷୟତ୍ରୀଙ୍କୁ ପଦାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଓ ଝିଅ ମଧ୍ୟ ଆହତ ହୋଇ ପଡ଼ିଥିଲେ।

publive-image image source--sisat

ତାଙ୍କୁ ସଙ୍ଗେ ସଙ୍ଗେ  ଧର୍ମଶାଳା ମେଡିକାଲକୁ ପଠା ଯାଇଥିବା ବେଳେ ଧର୍ମଶାଳା ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ଘଟଣାର ପ୍ରକୃତ କାରଣ କ’ଣ ଓ ଆକ୍ରମଣକାରୀ କିଏ ହୋଇ ଥାଇ ପାରନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣା ସେହି ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe