ମହଙ୍ଗା ପଡ଼ିଲା ଅସଦାଚରଣ, ଛାତ୍ରୀଙ୍କ ଦାବିରେ ଚାକିରି ଛାଡ଼ିଲେ ଶିକ୍ଷକ

Advertisment
ମହଙ୍ଗା ପଡ଼ିଲା ଅସଦାଚରଣ, ଛାତ୍ରୀଙ୍କ ଦାବିରେ ଚାକିରି ଛାଡ଼ିଲେ ଶିକ୍ଷକ

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠସ୍ଥିତ ଜନଜାତି ମଙ୍ଗଳ ବିଭାଗ ବିଦ୍ୟାଳୟରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ! ଏହିଭଳି ଅଭିଯୋଗ ପରେ ଛାତ୍ରୀମ‌ାନଙ୍କ ଦାବି ଅନୁସ‌ାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଗତ ୩୦ତାରିଖ ଦିନ ଏହି ଘଟଣା ଘଟିଥିଲା। କେମେଷ୍ଟ୍ରି ଲ୍ୟାବ୍‌ରେ ଶିକ୍ଷକ ଅମର କୁମାର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଗତ ୫ତାରିଖରେ ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଭେଟି ଶିକ୍ଷକ ଅମର କୁମାର ଅସଦାରଣ କରୁଥିବା ଅଭିଯୋଗ କରିଥିଲେ। ଏହାପରେ ୯ତାରିଖ ଦିନ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକଙ୍କୁ ନେଇ ବୈଠକ ହୋଇଥିଲା। ଏହି ବୈଠକରେ ତୁରନ୍ତ ଉକ୍ତ ଶିକ୍ଷକ ବିଦ୍ୟାଳୟ ଛାଡ଼ି ଚାଲିଯା’ନ୍ତୁ ବୋଲି ଛାତ୍ରୀମାନେ ଦାବି କରିଥିଲେ। ଯାହାଫଳରେ ଆଜି ଶିକ୍ଷକ ଜଣକ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷରେ, ଗୁରୁବାର ସଂଧ୍ୟାରେ ଛାତ୍ରୀମାନେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଶିକ୍ଷକ ଜଣକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଉଲ୍ଲେଖ କରିଛନ୍ତି। ୨୦୬/୨୨ ଅନୁସାରେ ପୁଲିସ ମାମଲା ରୁଜୁ କରିଛି। ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe