ମାର୍ଚ୍ଚରେ ଶିକ୍ଷକ ନିଯୁକ୍ତି ପରୀକ୍ଷା, ଜାନୁଆରି ୩ରୁ ୩୧ ଯାଏ ଆବେଦନ

Advertisment

୧୧,୪୦୩ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା

୧୧,୪୦୩ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା

ମାର୍ଚ୍ଚରେ ଶିକ୍ଷକ ନିଯୁକ୍ତି ପରୀକ୍ଷା, ଜାନୁଆରି ୩ରୁ ୩୧ ଯାଏ ଆବେଦନ

DNA India

ଭୁବନେଶ୍ବର : ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦ ପୂରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ୩ ତାରିଖଠାରୁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରି ପାରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରେ ‘dseodisha.in’ ୱେବସାଇଟ୍‌ରେ ଫର୍ମ ଉପଲବ୍ଧ ହେବ। ଜାନୁଆରି ୩୧ ସନ୍ଧ୍ୟା ୬ଟା ସୁଦ୍ଧା‌ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ। ଯଦି ପ୍ରାର୍ଥୀମାନେ ଅନ୍ୟ କୌଣସି ଫର୍ମାଟ୍‌ରେ ଆବେଦନ କରିଥିବେ, ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସିବିଟି(କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ) ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏହି ପର୍ଯ୍ୟାୟରେ ୧୧ ହଜାର ୪୦୩ ପଦବି ପାଇଁ ପରୀକ୍ଷା କରାଯିବ। ଟିଜିଟି ଆର୍ଟସ୍‌ରେ ୩୩୦୮, ଟିଜିଟି ସାଇନ୍ସ(ପିସିଏମ୍‌)ରେ ୨୩୭୦, ଟିଜିଟି ସାଇନ୍ସ(ସିବିଜେଡ୍‌)ରେ ୧୫୪୪, ହିନ୍ଦୀରେ ୧୭୫୩, ସଂସ୍କୃତରେ ୧୧୮୮, ତେଲଗୁରେ ୨୨, ପିଇଟିରେ ୧୨୧୮ସିଟ୍‌ ପୂରଣ ହେବ। ଏଥର ବି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଏସ୍‌ଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଲାଗି ମଧ୍ୟ ସିଟ୍‌ ସଂରକ୍ଷଣ ରହିଛି। ଯେଉଁମାନେ ଆବେଦନ କରିବେ, ସେମାନେ ଓଡ଼ିଆ ଲେଖି ପଢ଼ି ପାରୁଥିବେ। ଦଶମ ଓ ଦ୍ବାଦଶ‌ ଶ୍ରେଣୀରେ ଓଡ଼ିଶା ବିଷୟରେ ଶିକ୍ଷା ଗ୍ରହଣ କରିଥିବା ନିତାନ୍ତ ଆବଶ୍ୟକ। ଓଏସ୍‌ଏସ୍‌ଟିଇଟି(ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍‌ ଏଲିଜିବିଲିଟି ଟେଷ୍ଟ)ରେ କୃତକାର୍ଯ୍ୟ ହୋଇଥିବା ଦରକାର। ଓଏସ୍‌ଏସ୍‌ଟିଇଟି-୨ ଦେଇଥିବା ପ୍ରାର୍ଥୀ ବି ଆବେଦନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe