ରେମୁଣା ବିଧାୟକଙ୍କ କାର୍‌ ଧକ୍କାରେ ଶିକ୍ଷକ ଗୁରୁତର

Advertisment
ପୃଥକ ପୃଥକ ସ୍ଥାନରେ ଭାଲୁ, ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର

ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧ : ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ କାର୍‌ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭଣ୍ତାରିପୋଖରୀ ଥାନା ରହଣିଆ ଗ୍ରାମର ସ୍ମୃତିରଞ୍ଜନ ଦାସ।

ସୂଚନା ମୁତାବକ, ବିଧାୟକ ଶ୍ରୀ ପରିଡ଼ା ସୋମବାର ଦିନ ବାଲେଶ୍ବରରୁ ତାଙ୍କ କାର୍‌ (ଓଡି୨୧ଏକ୍ସ୨୦୦୨) ଯୋଗେ ଭୁବନେଶ୍ବର ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ଭଣ୍ତାରିପୋଖରୀ ତହସିଲ ଛକ ନିକଟ ଡାଇଭର୍ସନ୍‌ଠାରେ ଗାଡ଼ିର ଆଗ ଚକା ଫାଟିଯିବାରୁ କାର୍‌ଟି ଭାରସାମ୍ୟ ହରାଇ ସ୍ମୃତିରଞ୍ଜନଙ୍କ ମୋଟର ସାଇକେଲ (ଓଆର୨୨ବି୮୩୯୯)କୁ ଧକ୍କା ଦେଇଥିଲା। ସ୍ମୃତିରଞ୍ଜନ ଟାଙ୍କିରୁ ତେଲ ପକାଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଣ୍ତାରିପୋଖରୀ ଡାକ୍ତରଖାନା ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସ୍ମୃତିରଞ୍ଜନ ସ୍ଥାନୀୟ ସରପଦା ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଏ ନେଇ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe