ଶିକ୍ଷକଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରଞ୍ଜା ଗ୍ରାମର ଜଗନ୍ନାଥ ବାଗ ଗତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମ.ରାମପୁର ବ୍ଲକ ସାଗରପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ କୌଣସି କାରଣ ଯୋଗୁଁ ମଙ୍ଗଳବାର ରାତିରେ ଶୋଇବା କୋଠରିରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକ ଏନେଇ ପୁଲିସ୍‌କୁ ସୂଚନା ଦେବା ପରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ, ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିଲେ।

ଏନେଇ ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ତେବେ ପାରିବାରିକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍‌ କହିଛି। ପ୍ରକାଶ ଯେ, ସ୍ବର୍ଗତ ବାଗ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଗତ ତିନିବର୍ଷ ହେଲା କୋର୍ଟରେ ଚାଲିଛି। ଭରଣ ପୋଷଣ ବାବଦରେ ତାଙ୍କ ଦରମାରୁ ମଧ୍ୟ କିଛି ଅର୍ଥ ପତ୍ନୀ ପାଉଥିବା ଜଣାଯାଇଛି। ବର୍ତ୍ତମାନ ତାଙ୍କ ପତ୍ନୀ ସନ୍ତାନ ସହ ନିଜ ବାପଘରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe