ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ଅଧ୍ୟାପକ, ଶିକ୍ଷକ

ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ନୟାଗଡ଼: ନୟାଗଡ଼ରେ ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିବା ଭଳି ଘଟଣା ବଢ଼ି ଚାଲିଛି। ଟାଉନ୍‌ ଥାନା‌ ଅଞ୍ଚଳରେ ଆଜି ଗୋଟିଏ ଦିନରେ ଏଭଳି ଦୁଇଟି ଘଟଣା ଘଟିଛି। ଉଭୟ ଶିକ୍ଷକ ଓ ଅଧ୍ୟାପକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ନୟାଗଡ଼ ଟାଉନ୍‌ ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରି ଇଂରାଜୀ ଶିକ୍ଷକ ଗିରଫ ହୋଇଛନ୍ତି। ସେହିପରି ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ମନୋଜ କୁମାର ହୋତା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି।

ଛାତ୍ରୀଙ୍କ ସହ ବାରମ୍ବାର ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହିତ ଭିଡିଓ କରିଥିଲେ। ଛାତ୍ରୀଙ୍କୁ ସେ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ଛାତ୍ରୀ ଓ ତାଙ୍କ ପରିବାରଲୋକ ଅରାଜି ହେବାରୁ ଉକ୍ତ ଅଶ୍ଳୀଳ ଭିଡିଓଗୁଡ଼ିକୁ ସେ ଛାତ୍ରୀଙ୍କ ବାପାଙ୍କୁ ହ୍ବାଟ୍‌ସଆପ୍‌ରେ ପଠାଇ ଦେଇଥିଲେ। ଅନ୍ୟମାନଙ୍କୁ ମଧ୍ୟ ପଠାଇଦେବେ ବୋଲି ଧମକ ଦେଇଥିଲେ। ‌ଶେଷରେ ବାଧ୍ୟ ହୋଇ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ଟାଉନ୍‌ ଥାନା ପୁଲିସର ଦ୍ବାରସ୍ଥ ହୋଇଥି‌ଲେ। ଶେଷରେ ପୁଲିସ ଅଧ୍ୟାପକଙ୍କୁ ଗିରଫ କରିଛି। ଏଥି ପୂର୍ବରୁ ୨୦୧୭‌ରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ପିଇଟି ସୂର୍ଯ୍ୟମଣି ପ୍ରଧାନ ଓରଫ୍‌ କାଳିଆ ସାର୍‌ ମଧ୍ୟ ଛାତ୍ରୀମାନଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ କରୁଥିବା, ଛାତ୍ରୀମାନଙ୍କ ସହିତ ଅବୈଧ ସମ୍ପର୍କ ରଖିବା ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ଅଡିଓ ଭାଇରାଲ୍‌ ହେବା କାଳିଆ ସାର୍‌ଙ୍କୁ ମହଙ୍ଗା ପଡ଼ିଥିଲା। କାଳିଆ ସାର୍‌ଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe