Photo Credit: Representative Image
ବଣାଇଁଗଡ଼ : କେବଲାଙ୍ଗ ଥାନା ଅନ୍ତର୍ଗତ ମାବେଡା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ପାଠ ପଢାଉଥିବା ଶିକ୍ଷକ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।
ମାବେଡା ଗ୍ରାମର ଜୈନେକା ନାବାଳିକା ଛାତ୍ରୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଏହି ବିଦ୍ୟାଳୟରେ କଣେଇଚୁଆଁ ଗ୍ରାମର ମଙ୍ଗଲ ସିଂ ମୁଣ୍ତାରୀ(୨୬) ସହକାରୀ ଶିକ୍ଷକ ଅଛନ୍ତି। ଗତ ପ୍ରାୟ ବର୍ଷେ ହେବ ଶିକ୍ଷକ ଜଣକ ନାବାଳିକା ଛାତ୍ରୀକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଆସୁଥିଲେ। ଏପରିକି ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ରହିଥିବା ସତ୍ତ୍ବେ ଶିକ୍ଷକ ଜଣକ ବିଭିନ୍ନ ସମୟରେ ବିଦ୍ୟାଳୟକୁ ଆସି ଛାତ୍ରୀଙ୍କୁ ସ୍କୁଲକୁ ଡକାଇ ଦୁଷ୍କର୍ମ କରି ଆସୁଥିଲେ। ତିନିମାସ ତଳେ ନାବାଳିକା ଛାତ୍ରୀ ଜଣକ ଅନ୍ତସତ୍ତ୍ବା ହୋଇଯିବାରୁ ଶିକ୍ଷକ ଜଣକ ତାକୁ ଔଷଧ ଦେଇ ଗର୍ଭପାତ ମଧ୍ୟ କରାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକାର ବାପାମାଆ ଏ ବିଷୟରେ ଜାଣିବା ପରେ ଗତକାଲି କେବଲାଙ୍ଗ ଥାନାରେ ଏତଲା ଦେଇଥିଲେ।
Follow Us