ଭଦ୍ରକ: ଓଷ୍ଠା ସଂଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଶିକ୍ଷକ ଓ କର୍ମଚାରୀମାନଙ୍କ ବିଭିନ୍ନ ଦାବି ପୂରଣ କରି ନଥିବା ବେଳେ ଏହାର ପ୍ରତିବାଦ କରି ଆଜି ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ସଭା କରିବା ସହ ବିକ୍ଷୋଭ କରିଥିଲେ। ବହୁଦିନ ଧରି ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କର ହକ ପାଇଁ ଲଢେଇ କରୁଥିବା ବେଳେ ରାଜ୍ୟ ସରକାର ସେମାନଙ୍କର ଦାବି ପୂରଣ କରି ନାହିଁ। ଶୋଷଣରେ ଶିକାର ହେଉଥିବା ଏହି କର୍ମଚାରୀମାନେ ଏବେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବ୍ଲକ୍ ଗ୍ରାଣ୍ଟ ପ୍ରଥା ଉଚ୍ଛେଦ, ପୁରୁଣା ପେନସନ ଲାଗୁ କରିବା, ସମାନ କାମକୁ ସମାନ ଦରମା ଦେବା, ୧୫ରୁ ୨୦ ବର୍ଷ ଧରି ବିଭିନ୍ନ ସ୍କୁଲ୍ ଓ କଲେଜରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଦରମା ନ ମିଳିବା ପରିତାପର ବିଷୟ ହୋଇଛି। ସରକାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ନ ସୁଣିଲେ ହଜାର ହଜାର ସଂଖ୍ୟାରେ କର୍ମଚାରୀ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/post_attachments/wp-content/uploads/2022/12/IMG-20221207-WA0007-e1670413201124.jpg)
ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦିକା ସୁରଜିତ ନାୟକ, ସଭାପତି ଉମାକାନ୍ତ ପରିଡ଼ା, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ମନୋରଞ୍ଜନ ପଣ୍ଡା ସୁବଳ ପତ୍ରୀ, ପ୍ରଭାତ ପାଣିଗ୍ରାହୀ, ହେମନ୍ତ ସୁତାର, ଅରୁଣ ଶତପଥୀ, ବସନ୍ତ ଦାସ, କମଳାକାନ୍ତ ନାୟକ, ଦେବବ୍ରତ ତ୍ରିପାଠୀ, ଅନିଲ ମିଶ୍ର, ପର୍ଶୁରାମ ପାଢ଼ୀ, ଅବତାର ଦୟାନ, ଉପେନ୍ଦ୍ର ବିଶ୍ଵାଳ, ଅଶୋକ ରାଉତ ପ୍ରମୁଖ ଯୋଗଦେଇ ଥିଲେ।
Follow Us