ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

Advertisment
ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି। ଓଟିଇଟି ପରୀକ୍ଷାର ଫଳ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଫେଲ ହୋଇ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଅଭିଯୋଗ କରିଛନ୍ତି ଏବଂ ପରୀକ୍ଷା ପ୍ରଶ୍ନପତ୍ର ଓ ପରିଚାଳନାରେ ତ୍ରୁଟି ଥିବା ଅଭିଯୋଗରେ ସେମାନଙ୍କୁ ଗ୍ରେସ ମାର୍କ ଦେଇ ପାସ ଘୋଷଣା ପାଇଁ ଦାବି କରିଛନ୍ତି। ଏହି ଦାବି ନେଇ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe