ବଢ଼ିବନି ଅଧ୍ୟାପକଙ୍କ ଅବସର ବୟସ ସୀମା

Advertisment
ବଢ଼ିବନି ଅଧ୍ୟାପକଙ୍କ ଅବସର ବୟସ ସୀମା

The Indian Express

ଭୁବନେଶ୍ବର : ବେସରକାରୀ କଲେଜଗୁଡ଼ିକରେ ବହୁ ଅଧ୍ୟାପକ ପଦ ଖାଲି ପଡ଼ିଛି। ମୋଟ ୧୮୫୮ ଖାଲି ପଦ ମଧ୍ୟରୁ ୯୭୨ ପୂରଣ ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ବାକି ପଦ ପୂରଣ ଲାଗି ପଦକ୍ଷେପ ନିଆଯିବ। ତେଣୁ ଅଧ୍ୟାପକମାନଙ୍କ ଅବସର ବୟସସୀମା ୬୨ବର୍ଷକୁ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୮୩ଟି ବେସରକାରୀ ଅନୁଦାପ୍ରାପ୍ତ ଡିଗ୍ରି/କମ୍ପୋଜିଟ୍‌ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ବାରା ପରିଚାଳିତ ହେଉଛି। ସେମାନଙ୍କୁ ଅଧ୍ୟକ୍ଷ ଦାୟିତ୍ବରୁ ବିରାମ ହେବା ସହ ନିୟମିତ କାର୍ଯ୍ୟ କରିବେ। ଉକ୍ତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଲାଗି ପ୍ରଥମେ ରିଡର୍‌ ରୢାଙ୍କ (ରାଜ୍ୟ ସ୍କେଲ୍‌)ର ୨୮୩ଟି ପଦ ସୃଷ୍ଟି କରିବାକୁ ହେବ। ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି-୪ ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe