୯ରୁ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ : ୧୬ରେ ମହାସମାବେଶ

Advertisment
୯ରୁ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ : ୧୬ରେ ମହାସମାବେଶ

ଭୁବନେଶ୍ୱର : ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ଦାବି ପୂରଣ କଲେ ନାହିଁ। ତେଣୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଅଗଷ୍ଟ ୯ ତଥା କ୍ରାନ୍ତି ଦିବସରେ ସମସ୍ତ ଜିଲ୍ଲାରେ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ ସଭା କରାଯିବ। ଅଗଷ୍ଟ ୧୬ ତଥା ଦାବି ଦିବସରେ ରାଜ୍ୟର ୬୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ଏକାଠି ହେବେ। ମହାସମାବେଶ କରାଯିବା ସହ ଆଗାମୀ ଦିନରେ ସବୁ କ୍ଷେତ୍ରରେ ସରକାରଙ୍କୁ ଅସହଯୋଗ କରାଯିବାର ଘୋଷଣାନାମା ପ୍ରସ୍ତୁତ ହେବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମାହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି। ସୂଚନାଯୋଗ୍ୟ ଯେ ବ୍ଲକଗ୍ରାଣ୍ଟ ପ୍ରଥାର ଉଚ୍ଛେଦ, ୭ମ ବେତନ କମିସନ ଲାଗୁ, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଲେଜକୁ ଅନୁଦାନ ପରି ଏକାଧିକ ଦାବି ନେଇ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀସ୍ତରୀୟ କମିଟି ସହ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ କିଛି ସୁଫଳ ମିଳିନି। ମାଟ୍ରିକ୍‌ ଓ ଯୁକ୍ତ୨ ଖାତା ମୂଲ୍ୟାୟନ ସମୟରେ ସହଯୋଗ କରିବା ପାଇଁ ସରକାର ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଥିଲା ମିଳିତ ମଞ୍ଚ। ଏହାପରେ ବି ଦାବି ପୂରଣ ନ ହେବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଛି ମିଳିତ ମଞ୍ଚ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe