ଆଇଆଇଏସ୍‌ସି ବାଙ୍ଗାଲୋରରେ ତାଲିମ ନେବେ ଶିକ୍ଷକ

Advertisment
ଆଇଆଇଏସ୍‌ସି ବାଙ୍ଗାଲୋରରେ ତାଲିମ ନେବେ ଶିକ୍ଷକ

The Indian Express

ଭୁବନେଶ୍ବର : ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲର ମନୋନୀତ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ନଭେମ୍ବର ୮ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ରେ ତାଲିମ ଦିଆଯିବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ତାଲିମ ନେବାକୁ ଥିବା ଶିକ୍ଷକଙ୍କ ପାଇଁ ଟିକାକରଣ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ କରାଯାଇଛି। ତାଲିମ ବାବଦରେ ହେବାକୁ ଥିବା ସମସ୍ତ ଅର୍ଥ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବାକୁ ଥିବା ବେଳେ ଟିଏ ଓ ଡିଏ ଖର୍ଚ୍ଚ ଗଣଶିକ୍ଷା ବିଭାଗ ବହନ କରିବ। ଟ୍ରେନ୍‌ର ୩ ଟାୟାର ଏସି ସିଟ୍‌ରେ ଶିକ୍ଷକମାନେ ଯାତ୍ରା କରିବେ। କୌଣସି ପ୍ରକାର ବିମାନ ସୁବିଧା କିମ୍ବା ଭଡ଼ା ଦିଆଯିବ ନାହିଁ। ନଭେମ୍ବର ୭ ସୁଦ୍ଧା ଶିକ୍ଷକ ସେଠାରେ ପହଞ୍ଚିବେ। ତାଲିମ ସମୟରେ ପରିବାରର କୌଣସି ଲୋକଙ୍କୁ ରହିବା ସୁବି‌ଧା ଯୋଗାଇ ଦିଆଯିବ ନାହିଁ। ଅଂଶଗ୍ରହଣ କରିବାକୁ ଥିବା ଶିକ୍ଷକଙ୍କ ସହ ଜିଲ୍ଲାସ୍ତରୀୟ ଜଣେ ଅଧିକାରୀ କଥା ହୋଇ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରି ୨୫ ତାରିଖ ସୁଦ୍ଧା ପଠାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe