ସ୍ବାଭିମାନ ଅଞ୍ଚଳର ବିକଳ ଚିତ୍ର: ଗୋଟିଏ ବାରଣ୍ଡାରେ ଶିକ୍ଷାଦାନ-ସ୍ବାସ୍ଥ୍ୟସେବା

Advertisment

ସ୍କୁଲ୍‌ ଖୋଲିବାର ୪୨ବର୍ଷ ପରେ ବି ଘର ନାହିଁ

ସ୍କୁଲ୍‌ ଖୋଲିବାର ୪୨ବର୍ଷ ପରେ ବି ଘର ନାହିଁ

ସ୍ବାଭିମାନ ଅଞ୍ଚଳର ବିକଳ ଚିତ୍ର: ଗୋଟିଏ ବାରଣ୍ଡାରେ ଶିକ୍ଷାଦାନ-ସ୍ବାସ୍ଥ୍ୟସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ବସି ପିଲାମାନେ ପାଠ ପଢ଼ୁଛନ୍ତି, ଠିକ୍‌ ସେହି ସ୍ଥାନରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ବି ଯୋଗାଇ ଦିଆଯାଉଛି। ପ୍ରଶାସନ ଓ ଶିକ୍ଷା ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୧୯୮୦ ମସିହାରେ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର କଟାଦୂରବନ୍ଧ ଗାଁରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିଥିଲେ ରାଜ୍ୟ ସରକାର। ତେବେ, ସରକାରଙ୍କ ଉପରେ ନିର୍ଭର ନକରି ଉତ୍ସାହିତ ଗ୍ରାମବାସୀ ଏଥିପାଇଁ ଝାଟିମାଟି ଘର ନିର୍ମାଣ କରିଥିଲେ। ଗଁାକୁ ଶିକ୍ଷକ ଆସି ସେହି ଝାଟିମାଟି ଘରେ ପିଲାମାନଙ୍କୁ ପାଠ ବି ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ନକ୍ସଲଙ୍କ ଦ୍ବାହିଦେଇ ସରକାର ବିଦ୍ୟାଳୟର କୋଠା ନିର୍ମାଣ କରିନଥିଲେ। ଇତିମଧ୍ୟରେ ୪୨ ବର୍ଷ ବିତିଯାଇଥିଲେ ବି ବିଦ୍ୟାଳୟ ପାଇଁ କୋଠାନିର୍ମାଣ ହୋଇନଥିବା ଗ୍ରାମବାସୀ କହିଛନ୍ତି।

ଅନ୍ୟପକ୍ଷରେ, କିିଛିବର୍ଷ ମଧ୍ୟରେ କିଛି ବର୍ଷ ମଧ୍ୟରେ ଝାଟିମାଟି ଘର ଭାଙ୍ଗିଯିବାରୁ ଶିକ୍ଷାଦାନ ପ୍ରଭାବିତ ହେଲା। ଏହିଭଳି ଏକ ପରିସ୍ଥିତିରେ ଗ୍ରାମର ଜଣେ ମୁଖିଆ ଶ୍ରେଣୀର ବ୍ୟକ୍ତି ବାବୁ ରାଓ ନିଜ ଘର ବାରଣ୍ଡାକୁ ପିଲାଙ୍କ ପାଠପଢ଼ା ପାଇଁ ଛାଡ଼ି ଦେଇଛନ୍ତି। ସେହି ବାରଣ୍ଡାରେ ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ। ସେହିପରି, ଗାଁରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବି ସରକାରଙ୍କ କୌଣସି ଭିତ୍ତିଭୂମି ନାହିଁ। ତେଣୁ ବାବୁ ରାଓଙ୍କ ବାରଣ୍ଡାରେ ସରକାର ନିଯୁକ୍ତ କରିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇ ଦେଉଛନ୍ତି। ଆନ୍ଧ୍ର ସୀମାକୁ ଲାଗି ରହିଥିବା ଏହି ଗାଁରେ ୪୨ବର୍ଷ ହେଲା ବିଦ୍ୟାଳୟ ନିର୍ମାଣ ହୋଇନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏ ନେଇ ଡିପିଇପି କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ବହୁ ବର୍ଷ ତଳେ ଅନୁଦାନ ମିଳିଥିଲା। ତେବେ, କୋଠା ନିର୍ମାଣ ନ ହେବାରୁ ଅନୁଦାନ ଫେରି ଯାଇଥିଲା। ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀ ମଧ୍ୟ ବାରଣ୍ଡାରେ ବିଦ୍ୟାଳୟ ଚାଲିଥିବା ଏବଂ ସ୍ଥାୟୀ କୋଠା ନଥିବା ସ୍ବୀକାର କରିଛନ୍ତି। ଏହି ବିଷୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe