ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ଗଛମୂଳେ ଚାଲିଛି ଶିକ୍ଷାଦାନ

Advertisment
ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ଗଛମୂଳେ ଚାଲିଛି ଶିକ୍ଷାଦାନ

କୁଳିଅଣା: କୁଳିଅଣା ବ୍ଲକ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି କୁଆବୁଡ଼ା ପଞ୍ଚାୟତ ହାଇସ୍କୁଲ। ଏବେ ସ୍କୁଲର ଶ୍ରେଣୀଗୃହର ମରାମତି କାର୍ଯ୍ୟ ଚାଲିଛି। ଯେଉଁଥି ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛ ମୂଳରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରୂପାନ୍ତରଣ କାର୍ଯ୍ୟ ସମୟରେ ଶ୍ରେଣୀ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗତବର୍ଷ ନଭେମ୍ବର ମାସରେ ହାତୀମଡାସ୍ଥିତ ଏ.କେ ବିଦ୍ୟାପୀଠରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ପରାମର୍ଶ ଦେଇଥିଲେ ବିଇଓ ଶ୍ୟାମାଶଙ୍କର ଶତପଥୀ। ହେଲେ ଏହି ସ୍କୁଲରେ ସ୍ଥାନାଭାବ ଯୋଗୁଁ ୮/୧୦ ଦିନ ହେଲା ଗଛମୂଳରେ ପିଲାଙ୍କୁ ଶିକ୍ଷା ଦାନ କରାଯାଉଛି ବୋଲି ପ୍ରଧାନ ଶିକ୍ଷକ ନୀରୋଦ ଚନ୍ଦ୍ର ମହାନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe