ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

Advertisment
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ; ବାରବାଟୀ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ

ଭୁବନେଶ୍ବର: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ହେଟେଲରୁ ବାହାରିଛନ୍ତି। ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପହଞ୍ଚିବେ ବୋଲି ସୂଚନା ମିଳିଛି।

ଭୁବନେଶ୍ବରସ୍ଥିତ ମେ ଫେୟାର ହୋଟେଲରୁ କ୍ରିକେଟରମାନେ ସନ୍ଧ୍ୟା ୪ଟା ୫୦ରୁ ବାହାରିଥିଲେ। ଖେଳାଳିମାନେ କଡାସୁରକ୍ଷା ମଧ୍ୟରେ ବାହାରିବା ସମୟରେ କ୍ରିକେଟ ମ୍ୟାଚ ଦେଖିବାରୁ ବଞ୍ଚିତ ଥିବା ପ୍ରଶଂସକମାନେ ରାସ୍ତାରେ ଭିଡ଼ ଲଗାଇଥିଲେ। ହେ‌ାଟେଲ ସାମ୍ନା ଠାରୁ ଆରମ୍ଭ କରି, ଖେଳାଳିମାନଙ୍କର ବସ୍‌ ଯାଉଥିବା ରାସ୍ତାରେ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିଳିଛି।

ବାରବାଟୀରେ ଭାରତ-ଦକ୍ଷିଣ ଆଫିକା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନେ ପ୍ରବେଶ କରିସାରିଛନ୍ତି। ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଥିଲା। ବାହାର ଜିନିଷ‌ ଯେପରି କି ପାଣି ବୋତଲ, ଖାଦ୍ୟ-ପଦାର୍ଥ, ହେଲମେଟ, ମୁଦ୍ରା (କଏନ୍‌) ଆଦିକୁ ବାରଣ କରାଯାଇଥିଲା। ସମସ୍ତ ଦର୍ଶକ ମାସ୍କ ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି। ବାରବାଟୀ ଭିତରକୁ ଦର୍ଶକମାନଙ୍କୁ ପ୍ରବେଶ କରାଯିବା ପରେ ଦର୍ଶକମାନେ ଉତ୍ସାହିତ ଦେଖାଯାଉଛନ୍ତି। ଯେଉଁ ଦର୍ଶକମାନେ ପ୍ରଥମ ଥର ଆଖି ଆଗରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବେ ସେମାନଙ୍କର ଉତ୍ସାହ ସୀମା କହିଲେ ନ ସରେ।

୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ ଜିତିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବ। ଗତ ୯ ତାରିଖ ଦିନ ଦିଲ୍ଲୀରେ ଖେଳାଯାଇଥିବା ଶଙ୍ଖଳାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ମ୍ୟାଚ ଜିତିଥିଲା। ତେଣୁ ଭାରତ ଆଜିର ମ୍ୟାଚ ଜିତି ବରାବର ସ୍ଥିତିରେ ରହିବାକୁ ଚାହିଁବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe