ବହୁଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ କରୁଛି ଟେକ୍ନିକାଲ ଟିମ୍

ବହୁଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ କରୁଛି ଟେକ୍ନିକାଲ ଟିମ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତର ଅଗ୍ରଗତି ସଂପର୍କରେ ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ଡିସିପି କହିଛନ୍ତି, ଡିଜେ ଆଜେକ୍ସଙ୍କ ମାଙ୍କ ଅଭିଯୋଗ ଉପରେ ତଦନ୍ତ ଚାଲିଛି। ମା କରିଥିବା ଅଭିଯୋଗକୁ ଆମେ ଗୁରୁତ୍ୱ ସହ ନେଇଛୁ। ଯେତେ ଲୋକ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି, ସମସ୍ତଙ୍କୁ ନେଇ ତଦନ୍ତ କରୁଛୁ। ସମସ୍ତଙ୍କୁ ପ୍ରଶ୍ନ କରାଯାଉଛି। ଟେକ୍ନିକାଲ ଟିମ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେମାନେ ନିଷ୍ଠାର ସହ ତଦନ୍ତ କରୁଛନ୍ତି। ଇ ମେଲ,ଭଏସ୍ ରେକର୍ଡ଼ିଂଗ, ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଥିବାରୁ ଟେକ୍ନିକାଲ ଟିମ ଏଦିଗରେ ସବୁ ପ୍ରକାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଖାରବେଳ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ସହପାଠୀଙ୍କର ହାତ ଥିବା କୁହାଯାଉଛି। ଏହି ଘଟଣାରେ ଆଜି ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଜେକ୍ସଙ୍କ ମା ସିଧାସଳଖ ପ୍ରେମିକା ଉପରେ ଦୋଷ ଲଦିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe