ଚାଷ କ୍ଷେତ୍ରକୁ ଜ୍ଞାନକୌଶଳ ସ୍ଥାନାନ୍ତର ହେବା ଜରୁରୀ: ନଟବର ଖୁଣ୍ଟିଆ

ରାଜ୍ୟରେ ଚାଷ କ୍ଷେତ୍ରକୁ ଜ୍ଞାନକୌଶଳ ସ୍ଥାନାନ୍ତର ହେବା ଜରୁରୀ। ରାଜ୍ୟରେ ୧୦ଟି ଜଳବାୟୁ ଜୋନ୍ ରହିଛି। ‌ପ୍ରତି ଜୋନ୍‌ର ମୃତ୍ତିକା ସ୍ଥିତି ଆକଳନ କରି ପଦ‌କ୍ଷେପ ଗ୍ରହଣ କରାଯିବା ଉଚିତ୍। ଚାଷୀଙ୍କ ପାଖରେ କୃଷି ଜ୍ଞାନକୌଶଳ ପହଞ୍ଚିବାର ଆବଶ୍ୟକତା ରହିଛି...

Technology transfer to agriculture sector is essential: Natwar Khuntia

Technology transfer to agriculture sector is essential: Natwar Khuntia

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ଦ୍ବିତୀୟ  ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ: ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ଜୈବିକ କୃଷି ଏବଂ ଜୈବ ବିବିଧତା ସଂରକ୍ଷଣ ଲିଡର କୃଷି ସ୍ତମ୍ଭକାର  ନଟବର ଖୁଣ୍ଟିଆ କହିଲେ, ରାଜ୍ୟରେ ଚାଷ କ୍ଷେତ୍ରକୁ ଜ୍ଞାନକୌଶଳ ସ୍ଥାନାନ୍ତର ହେବା ଜରୁରୀ।

ରାଜ୍ୟରେ ୧୦ଟି ଜଳବାୟୁ ଜୋନ୍ ରହିଛି। ‌ପ୍ରତି ଜୋନ୍‌ର ମୃତ୍ତିକା ସ୍ଥିତି ଆକଳନ କରି ପଦ‌କ୍ଷେପ ଗ୍ରହଣ କରାଯିବା ଉଚିତ୍। ଚାଷୀଙ୍କ ପାଖରେ କୃଷି ଜ୍ଞାନକୌଶଳ ପହଞ୍ଚିବାର ଆବଶ୍ୟକତା ରହିଛି।

ଜୈବିକ କୃଷି ଦ୍ବାରା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହେବ ନାହିଁ। କେବଳ କିଛି ଲୋକ ଏହା ଦ୍ବାରା ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ପାଇପାରିବେ।

୧୯୬୬ ମସିହାରେ ଦେଶରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ଖାଦ୍ୟ ସଙ୍କଟର  ମୁକାବିଲା ପାଇଁ ଦେଶରେ ଜୈବିକ କୃଷି ବଦଳରେ ରାସାୟନିକ ସାର  ପ୍ରୟୋଗ ଉପରେ ଗୁରୁତ୍ବାରୋପ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe