ନାବାଳକକୁ ପିଟିପିଟି ହତ୍ୟା!

Advertisment

ଗଛରେ ବନ୍ଧା ଅବସ୍ଥାରେ ଉଦ୍ଧାର

ଗଛରେ ବନ୍ଧା ଅବସ୍ଥାରେ ଉଦ୍ଧାର

ନାବାଳକକୁ ପିଟିପିଟି ହତ୍ୟା!

ଚମ୍ପୁଆ/ଯୋଡ଼ା: ଗଛରେ ବନ୍ଧା ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଗଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ଘୋଷଣା କଲେ। ନାବାଳକକୁ କେହି ଗଛରେ ବାନ୍ଧି ପିଟିପିଟି ମାରି ଦେଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି। ଏଭଳି ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଗ୍ରାମର କଳାପାହାଡ଼ ଛକରେ। ମୃତ ନାବାଳକ ଜଣକ ଲହଣ୍ଡା ଗ୍ରାମର ସୁନିଆ ମୁଣ୍ଡାଙ୍କ ପୁଅ ଚନ୍ଦନ (୧୨)।

ଆଜି ପୂର୍ବାହ୍ନରେ ଜଣେ ସାଙ୍ଗ ସହ କେଉଁଆଡ଼େ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ‌ ଖୋଜାଖୋଜି କରିବା ପରେ ତାଙ୍କୁ କଳାପହାଡ଼ରେ ଛକରେ ଏକ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଚନ୍ଦନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଚମ୍ପୁଆ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଚମ୍ପୁଆ ପୁଲିସ ଯୋଡ଼ା ପୁଲିସକୁ ସୂଚନା ‌ଦେଇଥିଲା। ଯୋଡ଼ା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଚନ୍ଦନଙ୍କୁ କେହି ଗଛରେ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲେ‌ାକେ କହିଛନ୍ତି। ତେବେ ହତ୍ୟାର କାରଣ ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe