ପିଲା ଖେଳରୁ ଫୁଟିଲା ଗୁଳି : ନାବାଳକ ଛାତ୍ର ଗୁରୁତର, ୩ ଅଟକ

ପିଲା ଖେଳରୁ ଫୁଟିଲା ଗୁଳି : ନାବାଳକ ଛାତ୍ର ଗୁରୁତର, ୩ ଅଟକ

କଟକ : ପିଲା ଖେଳରୁ ଗୁଳି ଫୁଟି ଜଣେ ନାବାଳକ ଛାତ୍ର ଗୁରୁତର ଆହତ ହୋଇଛି। ନାବାଳକର ମୁଣ୍ଡରେ ଗୁଳି ଫୁଟି ବାହାରି ଯାଇଥିବା ବେଳେ ତାକୁ ସିଡିଏର ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଦାମବାଡି ହାଇକୋର୍ଟ କଲୋନିରେ।

publive-image

ସୂଚନା ଅନୁଯାୟୀ ବିଏସ୍‌ଏଫ୍‌ରେ ଚାକିରି କରୁଥିବା ସୁଶାନ୍ତ ପାତ୍ରଙ୍କ ଘରେ ତାଙ୍କର ବାର ବର୍ଷର ପୁଅ ପୀୟୂଷ ପାତ୍ର ତା’ର ସାଙ୍ଗ ଅନୁଭବ ମହାନ୍ତି ସହ ଆଜି ଦିନ ପ୍ରାୟ ୧୨ଟା ବେଳେ ଖେଳୁଥିଲା। ଅନୁଭବ ହେଉଛି କମଲପୁରର ପ୍ରବୀର କୁମାର ମହାନ୍ତିଙ୍କ ପୁଅ। ଦୁଇ ସାଙ୍ଗ ଖେଳୁଥିବା ବେଳେ ପୀୟୂଷ ଘରେ ଥିବା ସୁଶାନ୍ତଙ୍କ ସର୍ଭିସ ରିଭଲଭର ଆଣି ଅନୁଭବକୁ ଦେଖାଇଥିଲା। ସେହି ସିକ୍ସରରେ ୬ଟି ଗୁଳି ବି ଭର୍ତ୍ତି ହୋଇଥିଲା। ଦୁଇ ସାଙ୍ଗ ଏହି ସିକ୍ସର ଧରି ଖେଳିବା ବେଳେ ଟ୍ରିଗର ଦବି ଯିବାରୁ ଗୁଳି ଫୁଟି ଅନୁଭବର ମୁଣ୍ଡରେ ବାଜି ବାହାରି ଯାଇଥିଲା। ଗୁରୁତର ଅବସ୍ଥାରେ ଅନୁଭବକୁ ହସ୍ପିଟାଲ ନିଆଯାଇଥିବା ବେଳେ ବାଦାମବାଡି ଥାନା ପୁଲିସ୍‌ ସର୍ଭିସ୍‌ ରିଭଲଭର ଜବତ କରିବା ସହ ପୀୟୂଷର ୩ ପରିବାର ଲୋକଙ୍କୁ ଅଟକ ରଖିଛି। ଏଭଳି ଏକ ଘଟଣା ବାଦାମବାଡି ହାଇକୋର୍ଟ କଲୋନି ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe