News Track English
କାଲିମେଳା: ଗଛରୁ ପଡି ନାବାଳକ ମୃତ। ବର ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗି ବାଡା ପଞ୍ଚାୟତର ବେହେରାଗୁଡ଼ା ଗ୍ରାମରେ। ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ବର୍ଷର ପୁଅ ସୁମନ ବେହେରା।
ସୁମନ ନିଜ ସାଙ୍ଗମାନଙ୍କ ସହ ଗାଁ ନିକଟ ଏକ ବର ଗଛ ଉପରେ ଚଢ଼ି ଖେଳୁଥିଲା। ଦୁଇ ଜଣ ସାଙ୍ଗ ଗଛରେ ଚଢ଼ି ଥିବାବେଳେ ସୁମନ ଅସାବଧାନତା ବଶତଃ ତଳକୁ ଖସି ପଡ଼ିଥିଲା। ଘଟଣାଟି ଗାଁ ଠରୁ କିଛି ଦୂରରେ ଆଜି ସକାଳ ୭ଟାରେ ଘଟିଥିଲା। ଘରଲୋକ ଜମିକୁ ଧାନ କାଟିବାକୁ ଚାଲି ଯାଇଥିବାରୁ ସୁମନକୁ ମେଡିକାଲ ଆଣିବାରେ ବିଳମ୍ବ ହୋଇଥିଲା। ପରେ କାଲିମେଳା ମେଡିକାଲକୁ ଦିନ ୧୧ଟାରେ ଆଣିବା ବେଳକୁ ସୁମନର ମୃତ୍ୟୁ ହୋଇ ଯାଇଥିଲା। ସୁମନ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି।
Follow Us