ସରକାରୀ ଜଙ୍ଗଲ ଜମିକୁ ଜବରଦଖଲ! ତହସିଲ ଅଫିସ୍‌ ଘେରିଲେ ଗ୍ରାମବାସୀ

Advertisment
ସରକାରୀ ଜଙ୍ଗଲ ଜମିକୁ ଜବରଦଖଲ! ତହସିଲ ଅଫିସ୍‌ ଘେରିଲେ ଗ୍ରାମବାସୀ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ବୁଢ଼ୀଦର ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ରୋଗବଲା ନାଳ ନିକଟ ପଡ଼ିଆରେ ୨୦୦୭-୦୮ ମସିହାରେ ୨୦ ଏକର ଜମିରେ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଗଛ ଲଗା ଯାଇଥିଲା। ବର୍ତ୍ତମାନ ଏହି ଗଛ ୧୫ରୁ ୨୦ ଫୁଟ ଲମ୍ବ ହେଲାଣି। ହେଲେ ବାଙ୍କପଲାସ ଗ୍ରାମର ଓ ତେନ୍ତୁଳିପଡ଼ା ଗ୍ରାମର ଦୁଇ ବ୍ୟକ୍ତି ୨ ଏକର ଜାଗାରେ ଲାଗିଥିବା ମୂଲ୍ୟବାନ ଗଛ ଗୁଡ଼ିକୁ କାଟିବା ସହ ଜେସିବି ମେସିନ ଲଗାଇ ଜୋର ଜବରଦସ୍ତ ନୂତନ ଜମି ତିଆରି କରୁଛନ୍ତି। ଏନେଇ ଗତ ଜୁଲାଇ ୨୩ ତାରିଖ ଜୁନାଗଡ଼ ଥାନା ଅଧିକାରୀ ଓ ୨୫ ତାରିଖରେ ଜୁନାଗଡ଼ ରେଞ୍ଜର ଓ ତହସିଲଦାରଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଜବରଦଖଲ ହୋଇଥିବା ୨ ଏକର ଜମିକୁ ଫେରାଇ ଆଣିବା ସହ ସେହି ସ୍ଥାନରେ ବୃକ୍ଷରୋପଣ କରାଯାଇ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା କରାଯିବାକୁ ଦାବି କରାଯାଇଛି। ଏଥିସହ ସଂପୃକ୍ତ ବ୍ୟକ୍ତି ଦ୍ବୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଏନେଇ ତେନ୍ତୁଳିପଡ଼ା ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe