ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

Advertisment
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ କିରାଣି ବଳରାମ କଲାରି ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପୂର୍ବରୁ ଡୁଂଗୁରୀ ନିବାସୀ ନିତେଶ ପଧାନ ଜମି ମ୍ୟୁଟେସନ୍‌ ପାଇଁ ଆବେଦନ କରୁଥିଲେ। ହେଲେ ଶ୍ରୀ କଲାରି ତାଙ୍କୁ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ପରେ ୫ହଜାର ଟଙ୍କା ଦେଲେ ହିଁ କାମ ହେବ ବୋଲି କହିଥିଲେ। ଏନେ ନିତେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ଅନୁସରେ, ଭିଜିଲାନ୍ସ ଡିଏସ୍‌ପି ସତ୍ୟାନନ୍ଦ ମହାନନ୍ଦଙ୍କ ନେତୃତ୍ବରେ ଏକ ଟିମ୍‌ ଗଂଗେଇ ଛକ ପାଖରେ ଛପି ରହିଥିଲେ। ନିତେଶ ରାସାୟନିକ ପ୍ରଲେପଯୁକ୍ତ ଟଙ୍କା ଶ୍ରୀ କଲାରିଙ୍କୁ ଦେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତାଙ୍କୁ ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe