ଖଡ଼ିଆଳ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆପଡ଼ା ପକ୍ଷରୁ ୧୩ ଦଫା ଦାବି ନେଇ ଖଡ଼ିଆଳ ତହସିଲ ଅଫିସ୍ ଘେରାଉ କରାଯାଇଛି। ସିପିଆଇ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତହସିଲ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସମ୍ପାଦକ ଅଭୟ ସାହୁଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭ ସମାବେଶରେ ରାଜ୍ୟ ଉପ ସଭାପତି ନାତୁରାମ ଗୋପାଳ, ନୂଆପଡ଼ା ଜିଲ୍ଲା ସମ୍ପାଦକ ବଂଶୀଧର ପ୍ରଧାନୀ, ଗୋପାଳ ଭୋଇ, ପାଣ୍ଡବ ଭୋଇ, ରାଜକୁମାର ରାଉତ ପ୍ରମୁଖ ସାମିଲ ଥିଲେ।
ସିପିଆଇ ପକ୍ଷରୁ ତହସିଲ ଅଫିସ୍ ଘେରାଉ
Advertisment
Follow Us