ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

Advertisment
ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

କପ୍ତିପଦା/ଶାଳଚୁଆ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲ କାର୍ଯ୍ୟାଳୟର କର୍ମଚାରୀ ବିବେକାନନ୍ଦ ଜେନା ୬ ହଜାର ଟଙ୍କା ଲାଞ୍ଚ‌ ନେଉଥିବାବେଳେ ଭିଜିଲାନସ୍‌ ହାତରେ ଧରାପଡ଼ିଛନ୍ତି। ଝରଣଘାଟି ଅ‌ଞ୍ଚଳର ବୀରେନ୍ଦ୍ର ସିଂ ଓ ରବିନ୍ଦ୍ର ସିଂଙ୍କୁ ଜଙ୍ଗଲ ଜମିପଟ୍ଟା କରାଇ ଦେବାକୁ କହି ୬ ହଜାର ଟଙ୍କା ଲାଞ୍ଚ‌ ମାଗିଥିଲେ ଶ୍ରୀ ଜେନା। ଏ ନେଇ ବୀରେନ୍ଦ୍ର ବାଲେଶ୍ବର ଭିଜିଲାନସ୍‌ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ମୁତାବକ ବୀରେନ୍ଦ୍ର ଆଜି ତହସିଲ କାର୍ଯ୍ୟାଳୟରେ ଶ୍ରୀ ଜେନାଙ୍କୁ ଲାଞ୍ଚ‌ ଟଙ୍କା ଦେବା ପରେ କାର୍ଯ୍ୟାଳୟ ବାହାରେ ଜଗିରହିଥିବା ଭିଜିଲାନସ୍‌ ଟିମ୍ ତାଙ୍କୁ ମାଡ଼ିବସିଥିଲା। ତାଙ୍କ ପାଖରୁ କେମିକାଲ୍ ରଙ୍ଗବୋଳା ଟଙ୍କା ଜବତ କରାଯିବା ସହିତ କାର୍ଯ୍ୟାଳୟର ସମସ୍ତ କାଗଜପତ୍ରକୁ ଯାଞ୍ଚ‌ କରିଛି ଭିଜିଲାନସ୍‌ ଟିମ୍। ଅଧିକ ଜେରା ପାଇଁ ଶ୍ରୀ ଜେନାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍‌ସ। ଚଢ଼ଉରେ ଭିଜିଲାନ୍‌ସ ବିଭାଗର ଅତିରିକ୍ତ ଏସ୍‌ପି ମହେଶ୍ବର ସେଠୀ, ଡିଏସ୍‌ପି ହରେକୃଷ୍ଣ ମାଝୀଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe