ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା; ୪୧ଟି ସ୍ଥାନରେ ଉପଲବ୍ଧ

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା; ୪୧ଟି ସ୍ଥାନରେ ଉପଲବ୍ଧ

The Economic Times

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୪୧ଟି ସ୍ଥାନରେ ଟେଲି ମେଡିସନ୍ ସେବା ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ପାଇଁ ସାଧାରଣ ରୋଗୀଟିଏ ଡାକ୍ତରଖାନାକୁ ଯିବା ସମ୍ଭବ ନ ଥିବାରୁ ଏହାର ପ୍ରତିକାର ସ୍ବରୂପ ଟେଲି ମେଡିସିନ୍ ସେବା ଆରମ୍ଭ ହୋଇଛି। ଏହା ଦ୍ବାରା ରୋଗୀମାନେ ଫୋନ୍ ଜରିଆରେ ଡାକ୍ତରଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର ପାଇପାରିବେ। ଟେଲି ମେଡିସନ୍ ସେବା ପାଇଁ ଓକାକ୍‌ ପକ୍ଷରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏ ମୋବାଇଲ ସେଟ୍‌ ହିସାବରେ ମୋଟ ୮୨ଟି ସେଟ୍‌ ଯୋଗାଇ ଦିଆଯାଇଛି।

୩୦ଟି ମୁଖ୍ୟ ଚିକିତ୍ସାଳୟ, କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଏହି ସେବା ବିହିର୍ବିଭାଗ ସମୟ ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ମିଳିପାରିବ। ସେହିପରି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲାର ଭୀମସାର, କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ପ୍ରତିଷ୍ଠାନରେ ୨୪ଘଣ୍ଟିଆ ଟେଲି ମେଡିସିନ୍‌ ସେବା ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe