ଟେଲିଫୋନ ଏକ୍ସଚେଞ୍ଜ ଉଡ଼ାଇବା ମାମଲା: ସବ୍ୟସାଚୀ ନିର୍ଦ୍ଦୋଷ

Advertisment
ଟେଲିଫୋନ ଏକ୍ସଚେଞ୍ଜ ଉଡ଼ାଇବା ମାମଲା: ସବ୍ୟସାଚୀ ନିର୍ଦ୍ଦୋଷ

Live Law

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାରେ ଏ ଟେଲିଫୋନ ଏକ୍ସଚେଞ୍ଜକୁ ବିସ୍ଫୋରଣରେ ଉଡ଼ାଇବା ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଗଜପତି ଜିଲ୍ଲା କୋର୍ଟରେ ଚାଲିଥିବା ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ ବିଶ୍ବଜିତ ଦାସ ଆଜି ଏହି ରାୟ ଶୁଣାଇଛନ୍ତି। ସୂଚନା ମୁତ‌ାବକ ୨୦୦୫ରେ ରା.ଉଦୟଗିରି ଠାରେ ହୋଇଥିବା ଏକ ଟେଲିଫୋନ ଏକ୍ସଚେଞ୍ଜ ବ୍ଲାଷ୍ଟ ଘଟଣାରେ ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ମାମଲା ରୁଜୁ ହୋଇଥିଲା। ଜିଆର କେସ ନଂ ୭୧/୨୦୦୬ ଓ ଉଦୟଗିରି ଥାନା କେସ ନ˚୨୧/୦୬ରେ ମାମଲା ରୁଜୁ ହୋଇଥିବା ବେଳେ ନିର୍ଦ୍ଧିଷ୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ସବ୍ୟସାଚୀଙ୍କ ଓକିଲ ସ୍ବରୂପ ପାଳ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe